ଝାରପୋଖରିଆ ଠାରେ ପି.ଏମ୍. ସୂର୍ଯ୍ୟଘର କାର୍ଯ୍ୟାଳୟ ଉଦ୍ଘାଟନ
____________________
ସାରସକଣା:୫/୭/୨୬(ନି.ପ୍ର):
ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତର ସଭା କକ୍ଷରେ ଗତକାଲି ଏକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଗୃହ ଯୋଜନାର କାର୍ଯ୍ୟାଳୟ ଉଦ୍ଘାଟନ ହୋଇ ଯାଇଛି। ଭକ୍ତ କାର୍ଯ୍ୟକ୍ରମଟି ପଞ୍ଚାୟତର ନାଏବ ସରପଞ୍ଚ ମଣି ଶଙ୍କର ବାରିକଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଟି. ପି. ଏନ୍. ଓ.ଡ଼ି.ଏଲ ର ବାଲେଶ୍ଵର ଜୋନ ସିନିୟର ଜେନେରାଲ ମ୍ୟାନେଜର ରାଜୀବ କୁମାର ନାଏକ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଝାରପୋଖରିଆ ସରପଞ୍ଚ ମାଳତୀ ସିଂ , ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରିଣୀ ପୁଷ୍ପାଞ୍ଜଳି ରାଉତ ,କୁଳିଅଣା ସଦର ବିଦ୍ୟୁତ ଖଣ୍ଡ ଅଧିକାରୀ ଦେବକାନ୍ତ ଚୌଧୁରୀ, ମୟୂରଭଞ୍ଜ ସଦର ମେଣ୍ଟର କ୍ଷୀରୋଦ ବେହେରା, ସଦର ପ୍ରୋଜେକ୍ଟ ଓ କୋ-ଡ଼ିନେଟର ସଞ୍ଜିବ କୁମାର ସାହୁ, ବାରିପଦା ଏସ. ଏମ.ଇ ଶାଖାର ପରିଚାଳକ ଉତ୍ପର୍ଣ୍ଣା ପଟ୍ଟନାୟକ, ବାରିପଦା ଇ.ଏସ.ଏ.ଏଫ୍ ସ୍ମଲ ବ୍ୟାଙ୍କର ଶାଖା ପରିଚାଳକ ବିଘ୍ନେଶ୍ଵର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ବର୍ତ୍ତମାନର ବୈଜ୍ଞାନିକ କୌଶଳ ଯୁଗରେ ବୈଦୁତିକ ବ୍ୟବହାରକୁ କମାଇ ସ୍ଵଳ୍ପ ମୂଲ୍ୟରେ କିପରି ପ୍ରଧାନମନ୍ତ୍ରୀ ଙ୍କ ଯୋଜନା ସୂର୍ଯ୍ୟଘର ମାଧ୍ୟମରେ ସବୁଜ ଶକ୍ତି ବ୍ୟବହାର କରିବାର ପ୍ରଣାଳୀ, ମାଧ୍ୟମ ଓ ବିଦ୍ୟୁତ ବିଲ୍ ସଞ୍ଚୟ କରି କମ୍ ଖର୍ଚ୍ଚରେ ବୌଦ୍ୟୁତିକ ସାମଗ୍ରୀ ବ୍ୟବହାର କରିବେ ସେ ନେଇ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରିଥିଲେ । ପ୍ରଧାନମନ୍ରୀଙ୍କ ଉକ୍ତ ସୂର୍ଯ୍ୟଘର ଯୋଜନାକୁ କିପରି ଅଧିକରୁ ଅଧିକ ଜନସାଧାରଣ ଆପଣାଇବେ ସେ ସମ୍ବଦ୍ଧରେ ବହୁଳ ପ୍ରଚାର ପାଇଁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ଲେଖନି ମାଧ୍ୟମରେ ଜନ ସଚେତନତା କରିବା ପାଇଁ ବିଦ୍ୟୁତ ବିଭାଗ ତଥା ସୂର୍ଯ୍ୟ ଘର କର୍ମଚାରୀ ଗଣ ଅନୁରୋଧ କରିଥିଲେ । ସାରସକଣାରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
