ନୂତନ କୁଡୁମୀ ଭବନ ଉଦଘାଟନକୁ ବିରୋଧ କଲା ଓଡ଼ିଶା କୁଡୁମୀ ସେନା
____________________
ସାରସକଣା:୫/୭/୨୬(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶିର୍ଷା ପଞ୍ଚାୟତର ବଡ଼ ଚ଼ାଟରା ହାଟ ପଡ଼ିଆ ଠାରେ ୨୫ଲକ୍ଷ ଅନୁଦାନ ରାଶିରେ ନିର୍ମିତ ନୂତନ କୁଡୁମୀ ଭବନକୁ ଗତ ଜୁନ ୩୦ ତାରିଖ ମଙ୍ଗଳବାର ଦିନ ସରକାରୀ କାର୍ଯ୍ୟକ୍ରମ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅବସରରେ ସାରସକଣା ବିଧାୟକ ଭାଦବ ହାଁସଦା ଓ ସାରସକଣା ବି.ଡ଼ି.ଓ ସୁମନ ରାଜା ମହାନ୍ତି ମନମୁଖୀ ଭାବେ କୁଡୁମୀ ଭବନକୁ ଉଦ୍ ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ କୁଡୁମୀ ଭବନକୁ ପୂର୍ବତନ ମୟୂରଭଞ୍ଜ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ଅନୁମୋଦନରେ ଅନୁମୋଦିତ ହୋଇ ଗୃହକାର୍ଯ୍ୟ ସମ୍ପାଦନା ହୋଇଥିବା ବେଳେ ବର୍ତ୍ତମାନର ବିଧାୟକ ଓ ବି.ଡ଼ି. ଓ ମହୋଦୟ ତାଙ୍କୁ ଆମନ୍ତ୍ରଣ ନ କରିବା ସହିତ ସାରସକଣା ବ୍ଲକ ଓଡ଼ିଶା କୁଡୁମୀ ସେନା ସଭାପତି ତଥା ରାଜ୍ୟ ଓଡ଼ିଶା କୁଡୁମୀ ସେନା ସଭାପତି ଙ୍କ ପରି ସାରସକଣା ବ୍ଲକର ବିଭିନ୍ନ ଅଞ୍ଚଳର ଓଡ଼ିଶା କୁଡୁମୀ ସେନାର କୌଣସି ଜନପ୍ରତିନିଧିଙ୍କୁ ନ ଜଣାଇ ନୂତନ କୁଡୁମୀ ଭବନକୁ ଉଦଘାଟନ କରିଥିବାରୁ ଓଡ଼ିଶା କୁଡୁମୀ ସେନା ସାରସକଣା ବ୍ଲକ ଓଡ଼ିଶା କୁଡୁମୀ ସେନା ସଭାପତି ମନ୍ମିତ୍ ମାନସ କୁମାର ମହାନ୍ତଙ୍କ ନେତୃତ୍ୱରେ ଗତ ୩ ତାରିଖ ଶୁକ୍ତକାର ଦିନ ସ୍ଥାନୀୟ ଶିବ ପାର୍ବତୀ ମଣ୍ଡପ ଠାରେ ଶତାଧିକ କୁତୁମୀ ସେନା ମାନଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ତଥା ବିଡ଼ିଓ କୁଡୁମୀ ସମାଜ ଠାରେ ନିଜର ଭୁଲ ୪୮ ଘଣ୍ଟା ମଧ୍ୟରେ ସ୍ୱୀକାର ନ କଲେ ଆଜି ସୋମବାର ୬ ତାରିଖ ଦିନ ସାରସକଣା ବ୍ଲକ ଓ ଝାରପୋଖରିଆ ବଜାର ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି । ସାରସକଣାରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
