*ନୂଆପଡ଼ା ଜିଲ୍ଲା କୋମନା ଠାରେ ୩୫୩ ଜାତୀୟ ରାଜପଥ ସମ୍ମୁଖ ରେ ଚାରା ବିକ୍ରି କେନ୍ଦ୍ର କୁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଉଦ୍ଘାଟନ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୭.
ନୂଆପଡ଼ା ଜିଲ୍ଲା କୋମନା ଠାରେ ୩୫୩ ଜାତୀୟ ରାଜପଥ ସମ୍ମୁଖ ରେ ଚାରା ବିକ୍ରି କେନ୍ଦ୍ର କୁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଉଦ୍ଘାଟନ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାରା ବିକ୍ରି କେନ୍ଦ୍ର ଶୁଭାରମ୍ଭ ହୋଇଅଛି। ଜଙ୍ଗଲ ସୃଷ୍ଟି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ରହିଥିବା ବେଳେ ନିଜ ଉଦ୍ୟମ ରେ ଚାରା ରୋପଣ କରି ନିଜ ସହଯୋଗ ଏବଂ ସହଭାଗିତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି। ଗୋଟିଏ ଆଧାରକାର୍ଡ ରେ ୧୦ ଗୋଟି ଚାରା ୧ ଟଙ୍କା ମୂଲ୍ୟ ରେ ବିକ୍ରି ହେଉଥିବା ବେଳେ ଅନୁଷ୍ଠାନ ଗୁଡ଼ିକ ମାଗଣା ରେ ଚାରା ଯୋଗାଣ ହେବ।ଏହି ଉଦଘାଟନ ଉତ୍ସବ ରେ କୋମନା ବନଖଣ୍ଡ ବିଭାଗ ର ଅଧିକାରୀ ଓ ବାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ରେଞ୍ଜର ଦେବଦତ୍ତ ସୂତାର, ଫରେଷ୍ଟର ଗୋପାଳ ମହାନନ୍ଦ, ଗଗନ ବିହାରୀ ହଂସ, ଧର୍ମେନ୍ଦ୍ର ନାରାୟଣ ନାଏକ, ଗାର୍ଡ ଉତ୍ତମ ମେହେର, ଶସିଧର ଟାଣି, ବିବେକାନନ୍ଦ ମିର୍ଦ୍ଧା, ସଂଗ୍ରାମ ପ୍ରଧାନ, ବିମ୍ବାଧର ହଂସ, ଯୋଗ ଦେଇଥିଲେ।
