*ସମ୍ବେଦନଶୀଳ ବୁଥ ସବିଶେଷ ତଥ୍ୟ ନେଇ ଆଜି ଜିଲ୍ଲା ନିର୍ବାଚନୀ ଅଧିକାରୀ ଙ୍କୁ ସେକ୍ଟର ଅଧିକାରୀ ତଥ୍ୟ ପ୍ରଦାନ*,
ନୂଆପଡା (ମିଖାଏଲ ନନ୍ଦ)
ସମ୍ବେଦନଶୀଳ ବୁଥ ସବିଶେଷ ତଥ୍ୟ ନେଇ ଆଜି ଜିଲ୍ଲା ନିର୍ବାଚନୀ ଅଧିକାରୀ ଙ୍କୁ ସେକ୍ଟର ଅଧିକାରୀ ତଥ୍ୟ ପ୍ରଦାନ। ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ୩୫୮ ଗୋଟି ବୁଥ ରହିଥିବା ବେଳେ ଏହି ବୁଥ ମଧ୍ୟରୁ ୪୭ ଗୋଟି ସମ୍ବେଦନଶୀଳ ବୁଥ ରହିଅଛି। ବିଶେଷ କରି କୋମନା ବ୍ଲକ୍ ର ସୁନାବେଡ଼ା ଅଭୟାରଣ୍ୟ, ପାର୍ବତ୍ୟ ଅଞ୍ଚଳ ଏବଂ ମାଓ ପ୍ରବଣ ଅଞ୍ଚଳ ବୁଥ ରହିଅଛି। ଏହି ବୁଥ ଗୁଡ଼ିକ ତଥ୍ୟ ସେକ୍ଟର ଅଧିକାରୀ ମାନେ ପ୍ରଦାନ କରିବେ। ଏହି ବୁଥ ରେ ନିର୍ବାଚନ ସମୟ ସୀମା ମଧ୍ୟ ଏକ ଘଣ୍ଟା କମ କରିଛନ୍ତି। କାରଣ ଅଗମ୍ୟ ଦୁର୍ଗମ ଅଞ୍ଚଲରୁ ଶୀଘ୍ର ମତଦାନ ପରେ ନିର୍ବାଚନ ସରଞ୍ଜାମ ଏବଂ ଅଧିକାରୀ ମାନେ ପ୍ରତ୍ୟାବର୍ତ୍ତନ କରିବା ସହ ସମ୍ପୂର୍ଣ ରୂପେ ସଠିକ୍ ରୂପେ ମତଦାନ ହୋଇ ପାରିବ। ସମ୍ବେଦନଶୀଳ ବୁଥ ରେ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବା ନିଷ୍ପତି ହୋଇଅଛି।
