*ନୂଆପଡା ଉପ ନିର୍ବାଚନ ପାଇଁ ପ୍ରଶାସନ ଚଳ ଚଞ୍ଚଳ l ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବ୍ଜାର୍ଭର୍ ଙ୍କ ଇ ଆର୍ ଓ, ଏ ଇ ଆର୍ ଓ ଏବଂ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଶାସନ ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବ୍ଜାର୍ଭର୍ ସଚିନ ରାମଚନ୍ଦ୍ର ଯାଦବ ନୂଆପଡା ଗସ୍ତ କରି ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପ୍ରଶାସନର ବରିଷ୍ଠ ଅଧିକାରୀ , ଇ ଆର୍ ଓ, ଏ ଇ ଆର୍ ଓ ଏବଂ ମାନ୍ୟତାପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳ ସହିତ ବିଶେଷ କରି ଏସ୍ ଏସ୍ ଆର୍ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଛନ୍ତି l ଜିଲ୍ଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏଥିରୁ ଜଣା ଗଲା ଯେ ନୂଆପଡା ରେ ଚିଠା ଭୋଟର୍ ତାଲିକା ପ୍ରକାଶିତ ହୋଇ ସାରିଛି l ଏହି ନିର୍ବାଚନ ମଣ୍ଡଳୀ ରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି।ସମସ୍ତ କେନ୍ଦ୍ର ପାଇଁ ୩୫୮ ଜଣ ପ୍ରାଥମିକ ଶିକ୍ଷକ ବି ଏଲ ଓ ରୂପେ ନିଯୁକ୍ତ ହୋଇଛନ୍ତି l ଏଠାରେ ସର୍ବମୋଟ ୬୭୧୨ ଟି ଆବେଦନ ଭୋଟର୍ ତାଲିକା ଦାବି ଓ ସଂଶୋଧନ ପାଇଁ ମିଳିଥିଲା l ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨୪୮୩୮୨ l ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧୨୨୧୪୮, ମହିଳା ଭୋଟର ସଂଖ୍ୟା ୧୨୬୨୧୩ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ l କମିଶନର ବୈଠକକୁ ସମ୍ବୋଧନ କରି କହିଲେ ଯେ ସମସ୍ତ ରାଜନୈତିକ ଦଳ ଆଗାମୀ ଉପ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ପ୍ରଶାସନ କୁ ସହଯୋଗ କରନ୍ତୁ l ସବୁ ଯୋଗ୍ୟ ଭୋଟର୍ ଙ୍କ ନାମ ତାଲିକା ରେ ରହିବା ଆବଶ୍ୟକ l ୮୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଭୋଟର୍ ଙ୍କ ଯାଞ୍ଚ ସଠିକ୍ ଭାବରେ ହେବ l ସମସ୍ତ ଦଳ ସବୁ ବୁଥ୍ ପାଇଁ ବୁଥ ଲେବେଲ ଏଜେଣ୍ଟ ମାନଙ୍କ ତାଲିକା ଶୀଘ୍ର ଦାଖଲ କରିବେ l ଯେଉଁ ଝିଅ ମାନେ ବାହା ହୋଇଯାଇଛନ୍ତି, ସେମାନଙ୍କ ଭୋଟର୍ ତାଲିକା କେବଳ ଗୋଟିଏ ରହିବ l ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ମାନଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଦଳ ମାନେ ଶିଘ୍ର ଯାଆଞ୍ଚ କରନ୍ତୁ l ସବୁ ବୁଥ ମାନଙ୍କରେ ସମସ୍ତ ସୁବିଧା ସହିତ ସଂରଚନା ଠିକ୍ ଅଛି ନା ନାହିଁ ପ୍ରଶାସନ ତଦାରଖ କରୁ l ଆଜିର ବୈଠକରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ,ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ଏ ଇ ଆର୍ ଓ,
ବିଡ଼ିଓ କୋମନା ସର୍ବେଶ୍ଵର ଜାଲ, ବିଡ଼ିଓ ନୂଆପଡା ରୋହିତ ଭୋଇ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ ପ୍ରସ୍ତୁତି ବିବରଣୀ ପାଠ କରିଥିଲେ l ରାଜନୈତିକ ଦଳରୁ ଜିଲ୍ଲା ବିଜେପି ସଭାପତି କମଲେଶ କୁମାର୍ ଦୀକ୍ଷିତ, ଆଇ ଏନ ସି ରୁ ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳ ରୁ ରମାକାନ୍ତ ସିଂ କ୍ଷତ୍ରିୟ , ଆପ୍ ରୁ ଗଗନ ମାଝି ପ୍ରମୁଖ ଯୋଗଦେଇଥିଲେ l
