*ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ, ସମଗ୍ର ଜିଲ୍ଲା ରେ ଲାଗୁ ହେଲା ଆଚାର ସଂହିତା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ନେଇ ବିଜ୍ଞପ୍ତି ଜାରି, ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ, ସମଗ୍ର ଜିଲ୍ଲା ରେ ଲାଗୁ ହେଲା ଆଚାର ସଂହିତା ଲାଗୁ ହୋଇଅଛି। ନୂଆପଡ଼ା ବିଧାନ ସଭା ଉପ ନିର୍ବାଚନ ଆସନ୍ତା ନଭେମ୍ବର ମାସ ୧୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ନଭେମ୍ବର ୧୪ ତାରିଖ ରେ ଫଳାଫଳ ଘୋଷଣା ହେବ। ତେଣୁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ସମ୍ମିନଳୀ କକ୍ଷ ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ୧୩ ଅକ୍ଟୋବର ରେ ଗେଜେଟେଟ ବିଜ୍ଞପ୍ତି ଜାରି, ୨୦ ଅକ୍ଟୋବର ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ୨୨ ଅକ୍ଟୋବର ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୪ ଅକ୍ଟୋବର ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ତାରିଖ । ୧୧.୧୧.୨୦୨୫ ତାରିଖ ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ୧୪.୧୧.୨୦୨୫ ତାରିଖ ରେ ଭୋଟ ଗଣତି ହେବ। ୧୬. ୧୧.୨୦୨୫ ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
