ଗଣେଶ ପୂଜା ପାଇଁ ତାଳଚେରରେ ଲାଗୁ ହେଲା ‘ନୋ-ଏଣ୍ଟ୍ରି
ତାଳଚେର: ୧୧/୯/(ନିପ୍ର) ଆସନ୍ତା ଗଣେଶ ପୂଜାକୁ ଦୃଷ୍ଟିରେ ରଖି ତାଳଚେର ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂଜା ସମୟରେ ଭିଡ଼ ଓ ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ପାଇଁ ଜାତୀୟ ରାଜପଥରେ ‘ନୋ-ଏଣ୍ଟ୍ରି’ ବ୍ୟବସ୍ଥା ଲାଗୁ କରାଯାଇଛି।
ପୂଜା ମାହୋଲରେ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁଗମ କରିବା ସହ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ସମୟରେ ଭାରୀ ଯାନବାହନ ଚଳାଚଳ ଉପରେ କଟକଣା ରହିବ।
ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ଗଣେଶ ପୂଜା ସମୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନର ଏହି ପଦକ୍ଷେପ।
ରିପୋର୍ଟ: ମନୋଜ ରାଉତ, ତାଳଚେର
