ଓଡ଼ିଶୀ କୁନି ନୃତ୍ୟଶିଳ୍ପୀ ଶ୍ରଦ୍ଧାସୁମନଙ୍କ କମାଲ
ବନ୍/ଆଗରପଡ଼ା,(ସ ନିପ୍ର) ଚତୁର୍ଥ ଶ୍ରେଣୀର ଛାତ୍ରୀ, ନଅ ବର୍ଷ ବୟସ ପୁରି ନାହିଁ,ସ୍ପଷ୍ଟ କଥା କହିି ପାରୁନି ତଥାପି ତାର ଅନ୍ତର୍ନିହିତ ଗୁଣ ବିକଶିତ କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଛି । ବର୍ଷେ ପୁରିନି ମାତ୍ର ୧୦ ମାସ ହେଲା ନୃତ୍ୟ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ କୁନି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଛି । ଓଡ଼ିଶାର ବିଭିନ୍ନ ନାମକରା ଅନୁଷ୍ଠାନରେ ନୃତ୍ୟ ପରିବେଷଣ କରି ଅନେକ ପ୍ରଂଶସା ସାଉଁଟି ସେ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ସେ ହେଉଛି ଆୟତନ ଗ୍ରାମର ଗିରୀଜାଶଙ୍କର ଦାସ ଓ ନମିତାରାଣୀ ସିଂହଙ୍କ ଝିଅ ଶ୍ରଦ୍ଧାସୁମନ ।ଏତେ କମ ବୟସରୁ ନୃତ୍ୟରେ ଯେମିତି ପାରଦର୍ଶିତା ହାସଲ କରିଛି, ଠିକ ସେମିତି ଜଣେ ମେଧାବୀ ଛାତ୍ରୀ ଭାବେ ପରିଗଣିତ ହୋଇପାରିଛି । ଗଡ ମେକର ଡ୍ୟାନ୍ସ ଇନଷ୍ଟିଚ୍ୟୁଟରେ ସେ ନୃତ୍ୟ ଶିକ୍ଷା କରୁଛି ଓ ଭବିଷ୍ୟତରେ ଜଣେ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା କରିବ ବୋଲି ଆଶା ରଖିଛି ।
