ସାମ୍ବାଦିକ ସମ୍ମିଳନୀ
“କଳାହାଣ୍ଡି ମାଟିରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ କ୍ୟାରମ ମହାକୁମ୍ଭ। ଖେଳ ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ସମ୍ମାନ ଦେବା ଆମର ଲକ୍ଷ୍ୟ।”
ଭବାନୀପାଟଣା, (କିଶନ ଶର୍ମା) କଳାହାଣ୍ଡି – କଳାହାଣ୍ଡି କ୍ୟାରମ ଆସୋସିଏସନ ତରଫରୁ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ କଳାହାଣ୍ଡି କ୍ୟାରମ କପ୍ ୨୦୨୬ ଆୟୋଜନ କରାଯାଉଛି।
ଏହି ପ୍ରତିଯୋଗିତା ୧୩, ୧୪ ଓ ୧୫ ନଭେମ୍ବର ୨୦୨୬ ରେ ଗୋଲାପ ଭବନ, ଭବାନୀପାଟଣା ଠାରେ ଅନୁଷ୍ଠିତ ହେବ।
ଏହି ଟୁର୍ଣ୍ଣାମେଣ୍ଟରେ ଡାଇରେକ୍ଟ ଗେମ୍ (ଡବଲ୍ସ)ଖେଳାଯିବ ଏବଂ ଏହା ସମସ୍ତଙ୍କ ପାଇଁ ଖୋଲା ରହିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ନିମନ୍ତ୍ରଣ ପତ୍ର ଆମ ଇଷ୍ଟ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ଅର୍ପଣ କରି ଶୁଭାରମ୍ଭ କରାଯାଇଛି। ପଞ୍ଜିକରଣ ଶୁଳ୍କ ୫୦୦ ଟଙ୍କା ଏବଂ ଶେଷ ତାରିଖ ୮ ନଭେମ୍ବର ୨୦୨୬। ବିଜେତାଙ୍କୁ ଆକର୍ଷଣୀୟ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯିବ। କଳାହାଣ୍ଡିର କ୍ରୀଡ଼ା ପ୍ରତିଭାକୁ ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରୟାସ। ସମସ୍ତ କ୍ୟାରମ ପ୍ରେମୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ। ସାମ୍ବାଦିକ ସମ୍ବିଳନୀରେ ଶଶାଙ୍କ ପାତ୍ର, ସୁଶାନ୍ତ ପ୍ରାଧନୀ, ତାରାକାନ୍ତ ନାଗ, ଶିବାନନ୍ଦ ଦାଶ, ସନ୍ତୋଷ ବେହେରା, ନାଗାରଞ୍ଜନ ଗୌର୍ଡ ପ୍ରମୁଖ ଉପସ୍ଥିତ ଥିଲେ l
