*ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା କୁ ଗସ୍ତ କରି ଜିଲ୍ଲା କୁ ୧୦୮୩ କୋଟି ୧୫ ଲକ୍ଷ ଟଙ୍କା ର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ**
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଗସ୍ତ କୁ ଓଡିଶା ର ମୁଖ୍ୟମନ୍ତ୍ରୀ। ସେ ୧୦୮୩ କୋଟି ୧୫ ଲକ୍ଷ ଟଙ୍କା ର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ କରିବେ। ନୂଆପଡ଼ା ଜିଲ୍ଲା ମିନିଷ୍ଟାଡୀୟମ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ପ୍ରସ୍ତୁତି ଚୂଡାନ୍ତ। ସେଥିମଧ୍ୟରୁ ୮୭୭.୪୬ କୋଟି ଟଙ୍କା ବିନିମୟରେ ୮୦୯ ପ୍ରକଳ୍ପ ଘୋଷଣା କରିବେ। ୪୬.୦୨ କୋଟି ଟଙ୍କା ବିନିମୟରେ ୧୦୯ ଗୋଟି ପ୍ରକଳ୍ପ ଶୁଭ ଉଦଘାଟନ କରିବା ସହ ୧୫୯.୬୭ କୋଟି ଟଙ୍କା ବିନିମୟରେ ୩୯ ଗୋଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତିନି ମନ୍ତ୍ରୀ, ଦୁଇ ସାଂସଦ ଏବଂ ବିଧାୟକ ପ୍ରମୁଖ ଉପସ୍ଥିତ ରହିବେ। ଚାରି ଜଣ ମନ୍ତ୍ରୀ ସ୍ଵାସ୍ଥ୍ୟ ଓ ସାଂସଦ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣ ଶିକ୍ଷା, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବୀ ନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ଖଡିଆଳ ଅଧିରାଜ ପାଣିଗ୍ରାହୀ,ପ୍ରମୁଖ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବାଗତ ଅଭିଭାଷଣ ଏବଂ ଧନ୍ୟବାଦ୍ ଅର୍ପଣ କରିବେ।
