*ନୂଆପଡା ବିଧାନସଭା ଉପନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନ ସହ ଆଭାସି ବୈଠକ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ୬ ମାସ ମଧ୍ୟ ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଏହି କ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଲନ୍ ଙ୍କ ସହିତ ଜିଲ୍ଲା ପ୍ରଶାସନ ର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସି ଇ ଓ ଙ୍କ ସହିତ ଅତିରିକ୍ତ ସି ଇ ଓ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ସଚିବ ପ୍ରମୋଦ ସାହୁ, ଡେପୁଟି ସି ଇ ଓ ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ, ପଦ୍ମଜା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ଡି ସି ହେମନ୍ତ ପୁଟା, ଏ ଆର୍ ଓ ତଥା ତହସିଲଦାର କୋମନା ,ସର୍ବେଶ୍ଵର ଜାଲ, ଏ ଆର୍ ଓ ତଥା ତହସିଲଦାର ନୂଆପଡା ,ପ୍ରଣବ ରଞ୍ଜନ ସାହୁ, ପରିବହନ ଅଧିକାରୀ ଶର୍ମିଲା ମହାରଣା, ଡି ଆଇ ଓ ଏନ୍ ଆଇ ସି ବିନୟ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ।
