ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ତରଫରୁ ଯୁନେନ ଠାରେ ଚାଳୁଥିବା ଜାତୀୟ ସେବା ଯୋଜନା କ୍ୟାମ୍ପରେ ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ପକ୍ଷରୁ ସମାଜସେବା ବିଷୟରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଇଲା। ଏହି ଅବସରରେ ସଂଗଠନର ସଦସ୍ୟ ମାନଙ୍କ ମଧ୍ୟରେ କୈଳାଶ ନାଗ, ସଞ୍ଜୟ ଦର୍ଜୀ, ଦାମୋଦର ବେମାଲ ଓ ମିଯୁଶ ମେହେର ଉପସ୍ଥିତ ରହି କଲେଜ୍ର ଛାତ୍ରୀମାନଙ୍କୁ ସମାଜସେବାର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ। ସେମାନେ କହିଥିଲେ ଯେ, ପ୍ରତ୍ୟେକ ଲୋକଙ୍କୁ ଅସହାୟ ଓ ଆବଶ୍ୟକତାରେଥିବା ଲୋକଙ୍କ ସହାୟତା ପାଇଁ ସଦା ପ୍ରସ୍ତୁତ ରହିବା ଦରକାର। ତାସହିତ ସଂଗଠନ ସଦସ୍ୟମାନେ ରକ୍ତଦାନର ମହତ୍ତ୍ୱକୁ ଉଲ୍ଲେଖ କରି, କହିଥିଲେ ଯେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରକ୍ତଭଣ୍ଡାରରେ ପ୍ରାୟତଃ ରକ୍ତର ଅଭାବ ହୋଇଥାଏ, ଯାହା ଫଳରେ ଅନେକ ରୋଗୀଙ୍କ ଜୀବନ ସଙ୍କଟପୂର୍ଣ୍ଣ ହୋଇପଡ଼େ। ସେହିପାଇଁ ପ୍ରତ୍ୟେକ ସୁସ୍ଥ ଲୋକ ପ୍ରତି ୩ ମାସରେ ଥରେ ରକ୍ତଦାନ କରିବା ଉଚିତ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ସମାଜସେବା ପ୍ରତି ଆଗ୍ରହ ବୃଦ୍ଧି ପାଇଥିଲା ଏବଂ ସମାଜପ୍ରତି ଦାୟିତ୍ୱବୋଧ ଜାଗୃତ ହୋଇଥିଲା।
