**ରେଳଧାରଣା କଡରୁ ନବଜାତ ଶିଶୁ ଉଦ୍ଧାର*
ଜଗତସିଂହପୁର ଜିଲ୍ଲା :ତିର୍ତୋଲ ଜଣେ ମା ଶିଶୁ କୁ ଫୋପାଡ଼ିଦେଲା ଅନ୍ୟ ଜଣେ ମା ତାକୁ ପାଇ ସ୍ନେହ ଶ୍ରଦ୍ଧା ଦେଲା । ଏପରି ଏକ ଘଟଣା ତିର୍ତୋଲ ଅଞ୍ଚଳ ରେ ଦେଖିବାକୁ ମିଳିଛି.।
ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ ମୂଳିସିଂ ପଂଚାୟତ ହରିସିଂପୁର ଗ୍ରାମର ନିତ୍ୟାନନ୍ଦ ମଲ୍ଲିକ ଓ଼ ତାଙ୍କ ପତ୍ନୀ ମାମିନା. ମଲ୍ଲିକ ଗୋରେଖନାଥ ମଠ ରୁ ଦର୍ଶନ ଶେଷ କରି କାବଲପୁର ରେଳ ଫାଟକ ପାରି ହୋଇ ଘରକୁ ଫେରୁଥିବାବେଳେ କୁଆଁ କୁଆଁ ଶବ୍ଦ ଶୁଣି ଦେଖିଲେ ଯେ ରେଳ ଧାରଣା କଡ ରେ କପଡା ଘୋଡା ହୋଇ ସଦ୍ୟଜାତ ଶିଶୁ ଟିଏ ଶୋଇଛି। ସେମାନେ ସଂଗେ ସଂଗେ ତାକୁ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ଙ୍କୁ ଖବର ଦେଇଥିଲେ। ପରେ ସରପଞ୍ଚ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ଼ ପୋଲିସ କୁ ଜଣାଇବାପରେ ସେମାନେ ଘଟଣା ସ୍ଥଳରେ ପହଂଚିଥିଲେ। ଏବେ ନବଜାତ ଶିଶୁପୁତ୍ର ଟି ଚିକିତ୍ସା ପାଇଁ ଜଗତସିଂହପୁର ମେଡିକାଲ ରେ ରହିଥିବାର ଜଣାପଡିଛି।
