*ଚୋରା ମଦ ବେପାରୀ ଗିରଫ**
ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦ ପୁର ଥାନା ଅଧୀନ କ୍ରିଷ୍ଣାନନ୍ଦ ପୁର ଗ୍ରାମରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୫ କଣ୍ଟ୍ରି ଲିକର (ଆସ୍କା -୪୦) ଏବଂ ୧୯.୮୦୦ ଲିଟର ବିଦେଶୀ ମଦ (IMFL) ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ PR No-୭୦/26-27ରେ ମାମଲା ରୁଜୁ କରାଯାଇଛି।
ଘଟଣାରେ କ୍ରିଷ୍ଣାନନ୍ଦ ପୁର ଗ୍ରାମର ବସନ୍ତ କୁମାର ବେହେରା ଓରଫ ଗୁରିଆ ଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟରେ ହାଜର କରାଯାଇଛି।
ଏହି ଚଢ଼ାଉରେ ତିର୍ତ୍ତୋଲ ଅବକାରୀ ଷ୍ଟେସନର OIC ରବି ବେହେରା, ଅବକାରୀ କନଷ୍ଟେବଳ ଦୀନବନ୍ଧୁ ସେଠୀ ଏବଂ ଲେଡି ଅବକାରୀ କନଷ୍ଟେବଳ ବର୍ଷାରାଣୀ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ।
