ନିର୍ଯ୍ୟାତିତ ପ୍ରେମୀ ଯୁଗଳକୁ ଉଦ୍ଧାର କଲା ଝାରପୋଖରିଆ ପୋଲିସ
______________
ସାରସକଣା,(୧୮/୯/୨୬)(ନି.ପ୍ର):
ଆମ ସାରସକଣା ପ୍ରତିନିଧିଙ୍କ ସୂଚନା ମୁତାବକ ଜଣାପଡିଛି ଯେ, ଝାରପୋଖରିଆ ଥାନା ଅଧୀନ ଯୋକା ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହିତ ମୋବାଇଲ ଇନ୍ଷ୍ଟାଗ୍ରାମ ମାଧ୍ୟମରେ କିଛି ଦିନ ପୂର୍ବରୁ ରତିଲା ଗ୍ରାମର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତି ମଧ୍ୟରେ ଦୁଇଦିନ ପୂର୍ବରୁ ଉକ୍ତ ଯୁବକ ବିବାହିତା ମହିଳାଙ୍କ ଘର ଯୋକାକୁ ଯାଇଥିଲେ । ଏହା ଜାଣିପାରି ଯୋକା ଗ୍ରାମର ଗ୍ରାମବାସୀ ଗଣ ଉଭୟଙ୍କୁ ଅଟକ ରଖି ଦୁଇଦିନ ଧରି ନିର୍ଯ୍ୟାତନା ଦେବାପରେ ଆଜି ଶୁକ୍ରବାର ସକାଳୁ ଗ୍ରାମବାସୀ ଗଣ ପ୍ରେମୀ ଯୁଗଳଙ୍କୁ ଏକ ଗଛରେ ବାନ୍ଧି ମାରପିଟ କରୁଥିଲେ । ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳବଳେ ଘଟଣାସ୍ଥଳ ଯୋକାରେ ପହଞ୍ଚି ପ୍ରେମୀ ଯୁଗଳକୁ ଉଦ୍ଧାର କରିଥିଲେ । ପରେ ତାଙ୍କ ଦୁହିଙ୍କ ପରିବାରକୁ ଖବର ଦେବା ସହିତ ତାଙ୍କୁ ଥାନା ହେପାଜତକୁ ଆଣିଥିଲେ । ଏଠାରେ ଦୁଇ ପରିବାରଙ୍କ ଉପସ୍ଥିତିରେ ଆପୋଷ ସମାଧାନ କରି ଦୁହିଙ୍କୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରିଛି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
