ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଶୁଭାରମ୍ଭ
ମାହାଙ୍ଗା ତା 18/09 (ଭଞ୍ଜଦୂତ ଖବର ) ମାହାଙ୍ଗା ବ୍ଲକ ସମ୍ମିଳନୀ କକ୍ଷ ରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ବ୍ଲକ ର ସ୍ୱଚ୍ଛ ଭାରତ ମିଶନ ସଂଯୋଜିକା ଅର୍ଚ୍ଚନା ରାଉତ୍ ଙ୍କ ପ୍ରତେକ୍ଷ ତତ୍ବାବଧାନରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ବିଡିଓ ତିଳୋତ୍ତମା ପୃଷ୍ଟି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହିତ ସ୍ଵଚ୍ଛତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରାଇଥିଲେ ଏହି କାର୍ଯ୍ୟକ୍ରମ ଟି ସେପ୍ଟେମ୍ବର ୧୭ ତାରିଖ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ମଲିକ,କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ମହାରଣା, ମାନି ବାନସିଂ,ବଡ଼ବାବୁ ସୁବାସ ଚନ୍ଦ୍ର ମିଶ୍ର,ଅଭୟ ବେହେରା, ଲଲାଟ କିଶୋର ସେଠୀ,ଜିଚିନ୍ଦ୍ର ନାଥ ସ୍ୱାଇଁ,ମମତା ବେହେରା,ଅନ୍ନପୂର୍ଣ୍ଣା ପରିଡ଼ା, ସ୍ମିତାମୟୀ ବେହୁରା ଙ୍କ ସମେତ ବ୍ଲକ ର ବହୁ କର୍ମଚାରୀ ଉପସ୍ଥିତ ରହି ସ୍ଵଚ୍ଛତା ର ଶପଥ ନେଇଥିଲେ।
ବିକାଶ ମହାନ୍ତି, ମାହାଙ୍ଗା
