ବସ୍ତା (ସେଖ ଆଜାରୁଦ୍ଦିନ) : ଶିକ୍ଷା ବିଭାଗ ଦ୍ଵାରା ” ଛାତ୍ର ଏବଂ ଶିକ୍ଷକଙ୍କ ପାଇଁ ଡିଜିଟାଲ ସାକ୍ଷରତା ” ବିଷୟ ଉପରେ ଶନିବାର ସିଦ୍ଧେଶ୍ୱର ମହାବିଦ୍ୟାଳୟ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାର ରେ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବେଣୁଧର ବେହେରା ମୁଖ୍ୟ ବକ୍ତା ଭାବରେ ସଭା ପରିଚାଳନା କରିଥିଲେ।
ସମ୍ମାନିତ ଅତିଥି ଭାବରେ ବାଣିଜ୍ୟ ଅଧ୍ୟାପକ ଭଗବାନ ବେହେରା ଓ ମୁଖ୍ୟ ଅତିଥି ଭାବରେ ଇଂରାଜୀ ଅଧ୍ୟାପକ ସିଦ୍ଧାର୍ଥ ବରାଳ ଯୋଗ ଦେଇଥିଲେ। ଶିକ୍ଷା ବିଭାଗର ମୁଖ୍ୟ ସନ୍ତୋଷିନୀ ଆଚାର୍ଯ୍ୟ ଏବଂ ଅଧ୍ୟାପିକା ପ୍ରିୟଙ୍କା ସାମଲ ମଧ୍ୟ ତାଙ୍କର ଅଭିଭାଷଣ ସହିତ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପାଳନ କରିଥିଲେ। ଇପ୍ସିତା ସାନ୍ତରା ଓ ଜଗନ ପାତ୍ର ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଭାଗ୍ୟଶ୍ରୀ ଦାସ, ମନୋରମା ଦାସ, ତୃପ୍ତି ସ୍ନେହା ଗିରି ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କର ପତ୍ର ଉପସ୍ଥାପନ କରିଥିଲେ। ସସ୍ମିତା ବର ଓ କିରନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ।
