ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ଡିଗ୍ରୀ ବେ ମହିଳା କଲେଜ ତରଫରୁ ଜୁନାନି ଗ୍ରାମ ଠାରେ ୫୦ଜଣ ଛାତ୍ରୀ କୁ ନେଇ ସ୍ବତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ପକ୍ଷରୁ ସମାଜସେବା ବିଷୟରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ଏହି ଅବସରରେ ସଂଗଠନର ସଦସ୍ୟ ମାନଙ୍କ ମଧ୍ୟରେ କୈଳାଶ ନାଗ, ସଞ୍ଜୟ ଦର୍ଜୀ, ଦାମୋଦର ବେମାଲ ଓ ମିଯୁଶ ମେହେର ଉପସ୍ଥିତ ରହି କଲେଜ୍ର ଛାତ୍ରୀମାନଙ୍କୁ ସମାଜସେବାର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ। ଛାତ୍ରୀମାନଙ୍କ ସମାଜପ୍ରତି ଦାୟିତ୍ୱବୋଧ ଜାଗୃତ ହୋଇଥିଲା। ସେହିପରି ମହିଳା ସଙ୍ଗଠନ ଦ୍ବାରା ଦେଶର ଅନେକ ସଂସ୍କାର ଆସିବା ସହ ନିଶା ନିବାରଣ, ନାରୀ ନିର୍ଯାତନା, ଆର୍ଥିକ ସମୃଦ୍ଧି,ସାଶକ୍ତ ନାରୀ ବିଷୟ ନେଇ ମିଶନ ଶକ୍ତି ସଭାନେତ୍ରୀ ମମତା ଥାପା ଯୋଗ ଦେଇ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସଭାରେ ପ୍ରିୟବ୍ରତ ବନୁଆ, ପି.ଆଇ. କଲେଜ୍ ଜୁନାଗଡ଼,ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ତପନ ଦାଶ, କଲେଜ୍ ଅଧ୍ୟକ୍ଷ ଲିଜା ଆଚାର୍ଯ୍ୟ, ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରାଧନୀ ଏବଂ ଅଧ୍ୟାପକ ଦୁର୍ଯୋଧନ ଭୋଇ, ଅଧ୍ୟାପିକା ସସ୍ମିତା ବିଶି, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଥିଲେ ।
