*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ପଞ୍ଚାୟତ ଗଦାପଦର୍ ଗ୍ରାମ ନିକଟ ରେ ଏକ କୁକୁଡ଼ା ଫାର୍ମ ଟିଣ ଛାତ ଉପରକୁ ଯାଇ ଆଶ୍ରିତ ଜଳବନ୍ଦୀ ୮ ଜଣଙ୍କୁ ଦୀର୍ଘ ୨୦ ଘଣ୍ଟା ପରେ ଆଜି ସକାଳୁ ଓଡ଼ିଶା ଓଡ଼୍ରାଫ୍ ଦଳ ଆସି ଉଦ୍ଧାର*
ନୂଆପଡା(ମିଖାଏଲ ନନ୍ଦ) ତା:୩୦.୦୭.
ଖଡିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ପଞ୍ଚାୟତ ଗଦାପଦର୍ ଗ୍ରାମ ନିକଟ ରେ ଏକ କୁକୁଡ଼ା ଫାର୍ମ ଟିଣ ଛାତ ଉପରକୁ କୁକୁଡ଼ା ଫାର୍ମ ମାଲିକ ସହ ୭ ଜଣ ଶ୍ରମିକ ଜଳ ବନ୍ଦୀ ହୋଇ ରହିଯାଇଥିଲେ। ଦୀର୍ଘ ୨୦ ଘଣ୍ଟା ପରେ ଆଜି ସକାଳୁ ବଲାଙ୍ଗୀର ରୁ ଓଡ଼ିଶା ଓଡ଼୍ରାଫ୍ ଦଳ ଆସି ଉଦ୍ଧାର କରିଛନ୍ତି। ଖଡ଼ିଆଳ ସୁନ୍ଦରୀ ନଦୀ ରେ ବନ୍ୟା ଜଳ ପ୍ରବାହ ଅଧିକ ଥିବାରୁ ଜଳ ବନ୍ଦୀ ସ୍ଥାନକୁ ପହଞ୍ଚିବା ଦମକଳ ବାହିନୀ ପହଞ୍ଚି ପାରି ନଥିଲେ। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ୍, ଉପ ଜିଲ୍ଲାପାଳ ସର୍ମି ସୋରେନ, ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନ୍ କୁ ଯୋଗା ଯୋଗ କରିବାରୁ ବଲାଙ୍ଗୀର ରୁ ଓଡ଼୍ରାଫ୍ ଦଳ ପହଞ୍ଚିଥିଲେ। ସକାଳ ୮ ଘଣ୍ଟା ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କୁକୁଡ଼ା ଫାର୍ମ ଟିଣ ଛାତ ଉପରେ ଆଶ୍ରୟ ନେଇଥିବା ୮ ଜଣ ଜଳ ବଦୀଙ୍କୁ ଉଦ୍ଧାର କରିଥିଲେ। ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ସଫଳତା ସହ ସମ୍ପାଦନ ହୋଇଅଛି। ଅତିରିକ୍ତ ଜିଲ୍ଲାପାଳ ଏହି ଘଟଣା ରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଓଡ଼୍ରାଫ୍ ଦଳକୁ ଧନ୍ୟବାଦ ।
