
-ଭିଜିଲାନ୍ସ ପଞ୍ଜାରେ ପଞ୍ଚାୟତ ଏଡିଓ l
ରିପୋର୍ଟ :-ସୁଧୀର କୁମାର ବରାଳ
କୋଟପାଟ….. ଭିଜିଲାନ୍ସ ପଂଝାରେ ପଞ୍ଚାୟତ ଏଡିଓ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟପାଡ ବ୍ଳକ ଅନ୍ତର୍ଗତ ବତାସନା ପଞ୍ଚାୟତ ADO ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକ କାଳୀନ ୭ ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି। ତାଙ୍କ ପୈତୃକ ବାସଭବନ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିୟା, ଚମ୍ପିୟା ସ୍ଥିତ ତାଙ୍କ ଭାଇଙ୍କ ବାସଭବନରେ, ଚମ୍ପିୟା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ, ଚମ୍ପିୟା ରେ ଥିବା ତାଙ୍କ ନିଜ ବାସଭବନରେ, ବୋରିଗୁମ୍ମା ଠାରେ ଥିବା ତାଙ୍କ ତିନି ମହଲା ବିଶିଷ୍ଟ କୋଠା, କର୍ମକ୍ଷେତ୍ର କୋଟପାଡ଼ ବତାସନା ଅଫିସ ଗୃହ ଓ ଚମ୍ପିୟା ଠାରେ ଥିବା ନିଜ କାଜୁ ମିଲରେ ଏକ କାଳୀନ ଚଢ଼ାଉ କରାଯାଇଛି l ଏହି ଚଢ଼ାଉ ସମୟରେ ଓଡିଶା ଭିଜିଲାନ୍ସର ଦୁଇଜଣ ଅଡିଶନାଲ ଏସପି, ଚାରି ଡ଼ିଏସପି, ୬ ଜଣ ଇନସପେକ୍ଟର, ୬ ଜଣ ଏସଆଇ ଙ୍କ ସହ ଏକାଧିକ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଥିଲେ l ସୂଚନା ମୁତାବକ ପାର୍ଥ କିଛି ମାସ ପୂର୍ବରୁ ଗ୍ରାମ ରୋଜଗାର ସେବକ ରୁ ପଦୋର୍ନତି ପାଇ ADO ଭାବେ କାର୍ଯ୍ୟ କରୁଥିଲେ l