
ସାରସକଣା, ଜାମଶଳା (ଅନିଲ କୁମାର ସାହୁ) : ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧିକୁ ନେଇ ଆଜି ସାରସକଣା ବିଜୁ ଛାତ୍ର ଯୁବ ଜନତା ଦଳ ତରଫରୁ ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଲୋକନାଥ ଶିବମନ୍ଦିର ପାଖରୁ ଏକ ବିଶାଳ ଶୋଭାଯାତ୍ରା କରି ଝାରପୋଖରିଆ ଥାନା ସମ୍ମୁଖ ପର୍ଯ୍ୟନ୍ତ ପହଞ୍ଚି ଝାରପୋଖରିଆ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବି ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଅଭିଯୋଗ କରି ଥିଲେ, କି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ମହିଳା,ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରୀ ସବୁଠି ଏମାନେ ଅସୁରକ୍ଷିତ।ଦୁଷ୍କର୍ମ,ଶାରୀରିକ ନିର୍ଯ୍ୟାତନା,ମାନସିକ ନିର୍ଯ୍ୟାତନା,ବ୍ୟଭିଚାର, ସାଇବର କ୍ରାଇମ, ବ୍ଲାକ ମେଲିଂ,ପ୍ରଲୋଭନ,ଧକ୍କା,ହତ୍ୟା,ଯୌତୁକ ନିର୍ଯାତନା ଆଦି ଘଟଣା ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି।ଅଧିକାଂଶ ଘଟଣାରେ ଅଭିଯୁକ୍ତ ଧରା ପଡୁନାହାନ୍ତି।ସେମାନଙ୍କ ଦାବି ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀମାନଙ୍କ ସୁରକ୍ଷା ଓ ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁ। ଗତ କିଛି ମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନାରୀ ମାନଙ୍କ ଉପରେ ହୋଇଥିବା ଘଟଣା ଗୁଡ଼ିକର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ନିଷ୍ପକ୍ଷ ତଦନ୍ତ ଓ ତ୍ୱରିତ ନ୍ୟାୟ ପାଇଁ ଦାବି କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ସାରସକଣା ବ୍ଲକ ସଭାପତି ମଣି ଶଙ୍କର ବାରିକ ଓ ଦେବାଶିଷ ମାରାଣ୍ଡିଙ୍କ ନେତୃତ୍ଵ ସହ ଦଳର ବରିଷ୍ଠ ନେତା ଅମରେନ୍ଦ୍ର କର,ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି,ଜିତେନ୍ଦ୍ର ମହାନ୍ତି,ମହିଳା ସଭାପତି ମୋନାଲିସା ସାହୁ, ଛାତ୍ର ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ,ବାରିପଦା ସହର ଯୁବ ବିଜେଡି ସଭାପତି ସେକ ଅମାନ ଉଲ୍ଲା,ରାଜ୍ୟ ଛାତ୍ର ନେତା ଚନ୍ଦ୍ରଶେଖର ସାହୁ,ଦୀପକ ମଢ଼ଆଲ,ରାଧାକୃଷ୍ଣ ହାଁସଦା,ଅଜୟ କୁମାର ମଣ୍ଡଳ,ଜିଲ୍ଲା ଯୁବ ନେତା ହରେକୃଷ୍ଣ ଦାସ, ଅକ୍ଷୟ ସାହୁ,ସୂର୍ଯ୍ୟକାନ୍ତ ମର୍ମୁ,ଅନିଲ କୁମାର ସାହୁ ଓ ବରିଷ୍ଠ ବିଜେଡି କର୍ମୀ ସତ୍ୟକିଂକର ପରିଡ଼ା,କ୍ଷେତ୍ରମୋହନ ବେହେରା,ବିଶକେଶନ ଗିରି,ଦିପୁ ନାୟକ,ରୂପକ ମଣ୍ଡଳ ତଥା ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।