ଖଲାସୀ ଷ୍ଟ୍ରିଟ୍ରେ ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ୍ର ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ଶିବିର
ବ୍ରହ୍ମପୁର, –
ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ୍ ପକ୍ଷରୁ ଶଙ୍କର ଆଇ ହସ୍ପିଟାଲ୍ର ସହଯୋଗରେ ରବିବାର ଖଲାସୀ ଷ୍ଟ୍ରିଟ୍ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଥିଲା।
ଏହି ଶିବିରରେ ଅପ୍ଟୋମେଟ୍ରିଷ୍ଟ ଅରୁଣା ସ୍ୱାଇଁ, ଗୋପାଳ ମିଶ୍ର ଓ ସଙ୍ଗୀତା ଯୋଗଦେଇ ମୋଟ ୩୨ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଆବଶ୍ୟକତା ଅନୁଯାୟୀ ଚଷମା ଯୋଗାଇ ଦିଆଯାଇଥିବା ବେଳେ, ଚଷମାଗୁଡ଼ିକୁ ସବସିଡି ମୂଲ୍ୟରେ ପ୍ରଦାନ କରାଯାଇଥିଲା।
ଏହା ସହିତ ଶିବିରରେ ଅଂଶଗ୍ରହଣ କରିଥିବା ଲୋକଙ୍କର ରକ୍ତଚାପ (B.P.) ଓ ଡାଇବେଟିସ୍ (ରକ୍ତ ଶର୍କରା) ପରୀକ୍ଷା ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା। ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ର ନିୟମିତ ପରୀକ୍ଷା, ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ମଧ୍ୟ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।
ପରୀକ୍ଷା ସମୟରେ ୬ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ କରାଯାଇ ମାଗଣା ଅସ୍ତ୍ରୋପଚାର ପାଇଁ ଶଙ୍କର ଆଇ ହସ୍ପିଟାଲ୍କୁ ପଠାଯାଇଥିଲା। ସେମାନଙ୍କର ଯାତାୟାତ ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ ମାଗଣାରେ କରାଯାଇଥିଲା।
ଶିବିରରେ ଚକ୍ଷୁର ଯତ୍ନ, ଦୃଷ୍ଟି ସମସ୍ୟାର ପ୍ରାଥମିକ ଚିହ୍ନଟ, ମୋତିଆବିନ୍ଦୁ ଚିକିତ୍ସା ସହିତ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ୍ର ସଭାପତି ଶ୍ରୀ ପି. ଧର୍ମା ରାଓ, ସମ୍ପାଦକ ଶ୍ରୀ ଚିଟ୍ଟିବାବୁ ଆଚାର୍ଯ୍ୟ, ଗଣେଶ ପାତ୍ର, କିରଣ ପାତ୍ର, ପି. ସନ୍ଧ୍ୟା, ପି. ଦିନେଶ କୁମାର ଓ ନିଖିଳେଶ ପ୍ରମୁଖ ସମନ୍ୱୟ କରି ସଫଳ କରିଥିଲେ।
ଫାଉଣ୍ଡେସନ୍ ପକ୍ଷରୁ ଏଭଳି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସେବାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଭାପତି ଶ୍ରୀ ପି. ଧର୍ମା ରାଓ ପ୍ରକାଶ କରିଛନ୍ତି।
“ସେବା ହିଁ ଆମର ଲକ୍ଷ୍ୟ — ସୁସ୍ଥ ଦୃଷ୍ଟି, ସୁସ୍ଥ ସମାଜ।” 🌹🙏🏼
