
ଯାଜପୁର (ସରୋଜ କୁମାର ଧଳ) : ଆସନ୍ତା ୧୨ ଅଗଷ୍ଟ ୨୦୨୫ ଦିନ, ୯ ରୁ ୧୯ ବର୍ଷ ର ସମସ୍ତ ଶିଶୁ ଓ ୨୦-୨୪ ବର୍ଷ ପ୍ରଜନନକ୍ଷମ ମହିଳା (ଗର୍ଭବତୀ କିମ୍ବା ପ୍ରସୂତି ହୋଇନଥିବେ) କୃମି ନାଶକ ଔଷଧ ଖାଇବେ, ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଏହି ଔଷଧ ପ୍ରଦାନ କରାଯିବ। ଯେଉଁ ମାନେ ୧୨ ତାରିଖ ଦିନ ଖାଇ ନଥିବେ, ସେମାନେ ଅଗଷ୍ଟ ୧୯ ତାରିଖ ଦିନ ଖାଇବେ।
ଏହି କାର୍ଯ୍ୟକ୍ରମରେ ଆମ ଯାଜପୁର ଜିଲ୍ଲାର ୭, ୬୫, ୨୬୭ ଜଣ ହିତାଧିକାରୀଙ୍କୁ କୃମି ନାଶଳ ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ସେଥ୍ରେ ୬, ୭୨, ୮୮୫ ଜଣ ୧ ରୁ ୧୯ ବର୍ଷ ର ଶିଶୁ ଓ ୯୨, ୩୮୨ ଜଣ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା ଅଛନ୍ତି। ପ୍ରଜନନକ୍ଷମ ମହିଳାଙ୍କ ମଧ୍ୟରେ ଥିବା ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ ।
ଜିଲାରେ ଯେହେତୁ ଫାଇଲେରିଆ ମୁକ୍ତ ଅଭିଯାନ ବରୀ, ବଡ଼ଚଣା, କୋରେଇ ବ୍ଳକ, ଯାଜପୁର ଓ ବ୍ୟାସନଗର ମୁନିସିପାଲିଟି ରେ ଅଗଷ୍ଟ ୧୦ ରେ ଆରମ୍ଭ ହେଉଛି, ସେହି ଅଞ୍ଚଳରେ ୧-୨ ବର୍ଷ ର ଶିଶୁ ମାନେ କୃମି ଔଷଧ ବୁଧବାର ଦିନ ଟୀକାକରଣ କେନ୍ଦ୍ରରେ ଖାଇବେ ଓ ଅନ୍ୟ ହିତାଧିକାରୀ ମାନେ ଫାଇଲେରିଆ ମୁକ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ କୃମି ଔଷଧ ଖାଇବେ।
ଜିଲ୍ଲାର ୨୬୭୮ ଟି ସରକାରୀ ଓ ବେସରକାରୀ ସ୍କୁଲ // ୨୮୨୬ ଟି ଅଙ୍ଗନୱାଡି କେନ୍ଦ୍ରରେ ଏହି ଔଷଧ ମାଗଣାରେ ନେବାପାଇଁ ବ୍ୟବସ୍ଥା କରାଯାଇଅଛି । ଏଥିପାଇଁ ୩୭୦ ଜଣ ମହିଳା ସ୍ବାସ୍ଥ୍ୟ କର୍ମୀ, ୨୦୯ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ୧୯୫୩ ଜଣ ଆଶା କର୍ମୀ, ୨୮୨୬ ଜଣ ଅଙ୍ଗନବାଡ଼ି କର୍ମୀ ତଥା ୨୬୭୮ ଟି ବିଦ୍ୟାଳୟ ର ତାଲିମ ପ୍ରାପ୍ତ ଶିକ୍ଷକ ନିୟୋଜିତ ରହିବେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ, ଏହି ଔଷଧ ଖାଇବା ଦ୍ବାରା ଶିଶୁର ରକ୍ତହୀନତା ଦୂର ହେବ, ପୌଷ୍ଟିକ ବୃଦ୍ଧି ହେବ, ସ୍କୁଲ ଓ ଅଙ୍ଗନବାଡିରେ ଉପସ୍ଥାନ ବଢିବ ।
କୃମି ମୁକ୍ତ ଯାଜପୁର ପାଇଁ ଆମେ ଅଭିଭାବକ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କାମନା କରୁଅଛୁ।