*ଯୋଗ ସଚେତନତା ରେ ନୂଆ ଇତିହାସ ରଚିବ ବ୍ରହ୍ମପୁର : ୨୧ ଜୁନରେ ଭବ୍ୟ ସମାରୋହରେ ରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”*
*ବ୍ରହ୍ମପୁର, ୧୮/୦୬:* ନୀଳକଣ୍ଠ ନଗର, ବ୍ରିଟ୍ କଲୋନୀସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଆଜି *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬”* ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଆୟୋଜକ କମିଟିର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସାବତ, ସଂଯୋଜକ ଡ଼ାକ୍ତର.ସମରେନ୍ଦ୍ର କୁମାର ସାହୁ, ସହ-ସଂଯୋଜକ ଡକ୍ଟର.ଶଙ୍କର ମାଝୀ, ବିଭାଗ ସଂଗଠିକା ସୁଶ୍ରୀ ନୀଲାକ୍ଷୀ ଦିଦି, ବିବେକାନନ୍ଦ କେନ୍ଦ୍ରର ନଗର ପ୍ରମୁଖ ଶ୍ରୀ କେଦାରନାଥ ପଣ୍ଡା, ଶ୍ରୀ ଦେବବ୍ରତ ଦେବ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆସନ୍ତା *୨୧ ଜୁନ୍ ୨୦୨୬ ତାରିଖ(ରବିବାର ଦିନ) ସ୍ଥାନୀୟ ମହାତ୍ମା ଗାନ୍ଧୀ କ୍ରୀଡ଼ାଙ୍ଗନ, ବ୍ରହ୍ମପୁର* ଠାରେ *ପ୍ରାତଃ ୦୬:୦୦ ଘଣ୍ଟାରୁ ୦୮:୦୦ ଘଣ୍ଟା* ପର୍ଯ୍ୟନ୍ତ *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬”* କୁ ଏକ ଭବ୍ୟ,ସୁସଂଗଠିତ ଓ ଐତିହାସିକ ସମାରୋହ ମାଧ୍ୟମରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ଏହି ମହାନ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ *ବ୍ରହ୍ମପୁର ପୌର ନିଗମ* ପକ୍ଷରୁ ସହଯୋଗ ପ୍ରଦାନ ମିଳିବା ସହ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାର ହେବା ପାଇଁ ସହମତି ପ୍ରକାଶ କରାଯାଇଛି ।
ଏଥିସହ ବହୁ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦାନ କରିବେ ବୋଲି ମଧ୍ୟ ସୂଚନା ଦିଆଯାଇଛି।
*ଆୟୋଜକ କମିଟି ସଂଯୋଜକ ଡାକ୍ଟର.ସମରେନ୍ଦ୍ର କୁମାର ସାହୁଙ୍କ* ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ଅନୁଷ୍ଠାନ ଓ ଯୋଗସାଧକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରାୟ ୬୦ରୁ ୭୦ଟି ଅନୁଷ୍ଠାନର ୧୫୦୦ରୁ ୧୮୦୦ ଜଣ ସଦସ୍ୟ ଯୋଗଦାନ କରିବେ ବୋଲି ଆଶା କରାଯାଉଛି। ଏହା ମାଧ୍ୟମରେ ବ୍ରହ୍ମପୁରରେ ଯୋଗ ସଚେତନତା କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହେବ ବୋଲି ସଂଯାଯୋକ ଓ ଆୟୋଜକମାନେ ଆଶାବ୍ୟକ୍ତ କରିଛନ୍ତି।
ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ସମସ୍ତ ଅନୁଷ୍ଠାନ ଓ ସଦସ୍ୟମାନଙ୍କୁ କାର୍ଯ୍ୟକ୍ରମ ଆରମ୍ଭର ଅତିକମରେ ୧୫ ମିନିଟ୍ ପୂର୍ବରୁ ଅର୍ଥାତ୍ *ପ୍ରାତଃ ୦୫:୩୦ ଘଣ୍ଟାରୁ ୦୫:୪୫ ଘଣ୍ଟା* ମଧ୍ୟରେ *ମହାତ୍ମା ଗାନ୍ଧୀ କ୍ରୀଡ଼ାଙ୍ଗନରେ* ଯୋଗସାଧନ କରିବା ପାଇଁ ନିଜ ନିଜ *ବ୍ୟକ୍ତିଗତ ଯୋଗ ଆସନ(Mat)* ସହ ପହଞ୍ଚି ନିଜ ନିଜ ସ୍ଥାନ ଗ୍ରହଣ କରିବା ପାଇଁ ଆୟୋଜକ କମିଟି *ସହ-ସଂଯୋଜକ ଡକ୍ଟର.ଶଙ୍କର ମାଝୀ* ବିନମ୍ର ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମର ଶୃଙ୍ଖଳା ଓ ସୁପରିଚାଳନା ଦୃଷ୍ଟିରୁ ସମସ୍ତଙ୍କ ସମୟାନୁବର୍ତ୍ତିତା କାମନା କରାଯାଇଛି।
ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଐତିହ୍ୟ, ଯାହା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତାର ମୂଳ ଆଧାର। ତେଣୁ ଏହି ଯୋଗ ଦିବସ ପାଳନ ଅବସରରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନସାଧାରଣଙ୍କୁ ସକ୍ରିୟ ଭାବେ ଯୋଗଦାନ କରିବା ପାଇଁ *ଆୟୋଜକ କମିଟି ଅଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ସାବତ* ଆହ୍ୱାନ ଜଣାଇ ଥିଲେ।
ସମସ୍ତ ଯୋଗପ୍ରେମୀ, ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସାଧାରଣ ଜନସାଧାରଣଙ୍କୁ ଏହି ମହାନ ଆୟୋଜନରେ ସାମିଲ ହୋଇ ଯୋଗର ସାର୍ବଜନୀନ ବାର୍ତ୍ତାକୁ ପ୍ରସାରିତ କରିବାକୁ *ବିଭାଗ ସଂଗଠିକା ସୁଶ୍ରୀ ନୀଲାକ୍ଷୀ ଦିଦି* ଆହ୍ୱାନ ଜଣାଇଥିଲେ।
ବୈଠକ ଶେଷରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ଉପ-କମିଟି ଗଠନ, ଦାୟିତ୍ୱ ବଣ୍ଟନ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ *ନଗର ପ୍ରମୁଖ ଶ୍ରୀଯୁକ୍ତ କେଦାରନାଥ ପଣ୍ଡାଙ୍କ* ସହ ବିସ୍ତୃତ ଆଲୋଚନା କରାଯାଇଥିଲା।
*🩺ଡାକ୍ଟର ସମରେନ୍ଦ୍ର କୁମାର ସାହୁ 🌹*
*ସଂଯୋଜକ*
*ବିଶ୍ୱ ଯୋଗ ଦିବସ-୨୦୨୬ ଆୟୋଜକ କମିଟି*
