ତୁମୁଡ଼ିବନ୍ଧରେ ଚାଞ୍ଚଲ୍ୟ: ପରିତ୍ୟକ୍ତ ଖୋଲା ଟାଙ୍କିରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର।
କନ୍ଧମାଳ :ତୁମୁଡ଼ିବନ୍ଧ, ୧୩/୦୯/୨୦୨୬:
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହିରେ ଥିବା ଏକ ଅର୍ଦ୍ଧନିର୍ମିତ ଓ ପରିତ୍ୟକ୍ତ ଖୋଲା ଲାଟ୍ରିନ୍ ଟାଙ୍କିରୁ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନା ପାଇ ତୁମୁଡ଼ିବନ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଲା ଟାଙ୍କିରୁ ନବଜାତ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନବଜାତ ଶିଶୁପୁତ୍ରଟି କାହାର ଏବଂ କେଉଁ ପରିସ୍ଥିତିରେ ତାକୁ ଏଭଳି ଅବସ୍ଥାରେ ଛାଡ଼ି ଦିଆଗଲା, ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଘଟଣାର ପ୍ରକୃତ କାରଣ ଓ ଏଥିରେ କାହାର ସମ୍ପୃକ୍ତି ରହିଛି, ସେନେଇ ତୁମୁଡ଼ିବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।
