**ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ସୁପ୍ରିୟ ଚାଟାର୍ଜୀଙ୍କ କଲିକତାରେ ପରଲୋକ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.ସୁପ୍ରିୟ ଚାଟାର୍ଜୀ ଙ୍କ ଗତ କାଲି ରାତ୍ରି ଝିଅ ଘରେ ଥିବା ବେଳେ ହୃଦଘାତ ରେ କଲିକତା ଠାରେ ୭୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଅଛି। ବିଭିନ୍ନ ମହଲରୁ ତାଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁପ୍ରିୟ ଚାଟାର୍ଜୀ ଖଡ଼ିଆଳ ଠାରେ ତାଙ୍କ ବାଲ୍ୟ ଜୀବନ ଅତିବାହିତ କରିଥିବା ବେଳେ କର୍ମ ଜୀବନ ମଧ୍ୟ ଖଡ଼ିଆଳ କଲେଜ ରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ବାପା ଡଃ.ଶିବ ପ୍ରସାଦ ଚାଟାର୍ଜୀ ଖଡ଼ିଆଳ ଠାରେ ସ୍ୱାଧୀନତା ପୂର୍ବରୁ ସ୍ୱାସ୍ଥ୍ୟ ଚିକିତ୍ସା କରି ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିଥିବା ବେଳେ ତାଙ୍କ ଦୁଇ ଗୋଟି ପୁଅ ଥିଲେ। ସାନ ପୁଅ ଡଃ. ସୁପ୍ରିୟ ଚାଟାର୍ଜୀ ଜୁନ୍ ୦୪ ୧୯୫୮ ରେ ଜନ୍ମ ଗ୍ରହଣ କରିଥିଲେ। ଅଧ୍ୟାପନା ଜୀବନ ଆରମ୍ଭ କରି ଖଡ଼ିଆଳ ସାୟଂ ଶାସିତ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବରେ ଦୀର୍ଘ ବର୍ଷ କାର୍ଯ୍ୟ କରି ୩୦ ଜୁନ ୨୦୧୮ ରେ ଅବସର ଗ୍ରହଣ କରିଥିଲେ। ଶିକ୍ଷା କ୍ଷେତ୍ର ରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଖଡ଼ିଆଳ ସ୍ୱର ଝଙ୍କାର ସଙ୍ଗୀତ ମହାବିଦ୍ୟାଳୟର ସଭାପତି ଭାବରେ ଅନୁଷ୍ଠାନ କୁ ପୁନଃ ଉଦ୍ଧାର ପାଇଁ ଆଗେଇ ଆସିଥିଲେ। ସେହିପରି ଅରବିନ୍ଦ ଶିକ୍ଷା କେନ୍ଦ୍ର, ଅରବିନ୍ଦ ଦେହାଂଶ ମନ୍ଦିର ସ୍ଥାପନା ରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ବଡ଼ ଦୁହେଲ ଗ୍ରାମ ଠାରେ ଅନୁକୂଳ ଚନ୍ଦ୍ର ସଦସଂଘ ବିହାର ସ୍ଥାପନା ନେଇ ତାଙ୍କ ଅବଦାନ ଅତୁଳନୀୟ ଅଟେ। ଖଡ଼ିଆଳ ଠାରେ ସାମାଜିକ କାର୍ଯ୍ୟରେ ଯୋଗଦାନ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ତାଙ୍କ ଶେଷ କୃତ୍ୟ କଲିକତା ଠାରେ ଝିଅ ଜ୍ବାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ତାଙ୍କ ବଡ ଭାଇ ଅବସର ପ୍ରାପ୍ତ ଆୟକର ବିଭାଗ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ପ୍ରକାଶ କରିଛନ୍ତି।
