ଯାଜପୁର (ସରୋଜ କୁମାର ଧଳ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ – ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଅଗ୍ରଣୀ ବ୍ୟାଙ୍କ୍ ମିଳିତ ଆନୁକୁଲ୍ୟରେ ତା ୧୦.୦୮.୨୦୨୫ ରିଖ ସକାଳ ୧୦.୦୦ ଘଟିକା ସମୟରେ ଏକ ଓପନ୍ କୁଇଜ୍ ପ୍ରତିଯୋଗିତା ବିଭିନ୍ନ ବର୍ଗରେ ଯଥା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାଧାରଣ ଜନତା ସ୍ତରରେ ଏବଂ ଅପରାହ୍ନ ୧୨.୦୦ ଘଟିକା ସମୟରେ ସାଂସ୍କୃତିକ ଦଳ ଚୟନ ପ୍ରତିଯୋଗିତା ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଅନୁଷ୍ଠିତ ହେବ। ଏହି ଓପନ୍ କୁଇଜ୍ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍କୁଲ/ କଲେଜର ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କୁ ବହୁଳ ମାତ୍ରାରେ ଯୋଗଦାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଗଲା।