ନୂଆପଡା( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ଗ୍ରାମରେ ବେଆଇନ ଭାବରେ ସାର ବିକ୍ରି ସହ ଡ଼ିଏପି ବସ୍ତା ପିଛା ୧୭୦୦, ୟୁରିଆ ୪୦୦, ପଟାସ ୧୮୦୦ ଟଙ୍କାରେ ବିକ୍ରି କରୁଥିବା ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରୁଛନ୍ତି l ସୂଚନା ଅନୁସାରେ ରଜନା ଗ୍ରାମର ହୃଦାନନ୍ଦ ସଗରିଆ ନାମକ ଜଣେ ବ୍ୟବସାୟୀ ବିନା ଲାଇସାନ୍ସ ରେ ଧାନ ଏବଂ ସାର ବିକ୍ରି କରୁଛନ୍ତି ତାହା ପୁଣି ସରକାରୀ ମୂଲ୍ୟ ଧାର୍ଯ୍ୟଠାରୁ ୪୦୦ ରୁ ୪୫୦ ଟଙ୍କା ଅଧିକରେ l ଏଭଳି ବେଆଇନ ଭାବରେ ବିକ୍ରି କରୁଥିଲେହେ ପ୍ରଶାସନ ଟେର ପାଉନି l ଏବିଷୟରେ ଚିନ୍ତାକଲେ ଦୋକାନୀ ମାନଙ୍କ ସହ ମିଳିଭଗତ ରେ ରହି ବ୍ୟବସାୟ ଚଲଉଛନ୍ତି ଅଧିକାରୀ ବୋଲି ମନେ ଭାବନଟା ଉଙ୍କି ମାରେ l ଉକ୍ତ ଦୋକାନୀ ହୃଦାନନ୍ଦ ସଗରିଆଙ୍କୁ ଯୋଗାଯୋଗ କରି ବୁଝିବାରୁ ମୋର ଟ୍ରାନ୍ସପୋଟିଙ୍ଗ ଖର୍ଚ୍ଚ ହେଉଛି ସେଥିପାଇଁ ମୁଁ ଡ଼ିଏପି ୧୭୦୦ ଟଙ୍କା,ୟୁରିଆ ୪୦୦ ଟଙ୍କାରେ ଓ ପଟାସ ୧୮୦୦ ଟଙ୍କାରେ ବିକ୍ରି କରୁଛି ବୋଲି ସ୍ୱୀକାର କରିଥିଲେ l ସରକାରଙ୍କ ନିୟମ ଅନୁସାରେ କୌଣସି ବ୍ୟକ୍ତି ଯଦି ଧାନ ଓ ସାର ବିକ୍ରି କରୁଥିଲେ ତାଙ୍କ ଲାଇସେନ୍ସ ରହିବା ଦରକାର ହେଲେ ନୂଆପଡା ଜିଲ୍ଲା କୃଷିବିଭାଗ ସରକାରୀ ନିୟମର ଉଲଂଘନ କରି କେଉଁ ସ୍ୱାର୍ଥ ପାଇଁ ଜଣେ ସାଧାରଣ ବ୍ୟବସାଇଙ୍କୁ ସରକାରଙ୍କ ଡିପୋ ରୁ ସରକାରୀ ସମ୍ପତି କୁ ବିକ୍ରି ପାଇଁ ଦେଉଛନ୍ତି l ସରକାର ଚାଷୀ ମାନଙ୍କୁ ସହାୟତା କରିବା ପାଇଁ କମ ମୂଲ୍ୟରେ ଖତ ଯୋଗାଇ ଦେଉଥିବା ବେଳେ ତାହା ନୂଆପଡା ଜିଲ୍ଲା କୋମନା ବ୍ଲକରେ ଓଲଟା ଦେଖିବାକୁ ମିଳିଛି l ଏବିଷୟରେ ତଥ୍ୟ ସଂଗ୍ରହ ପାଇଁ ଆମେ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ଙ୍କୁ ବାରମ୍ବାର ଯୋଗାଯୋଗ କରୁଥିଲେହେ ଜାଣିଶୁଣି ଫୋନ ଉଠାଉ ନାହାନ୍ତି ଯେଉଁଥିରେ ସନ୍ଦେହ ଆହୁରି ଘନୀଭୂତ ହେଉଛି lଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କରି ଉକ୍ତ ବ୍ୟବସାୟୀ କୁ ସିଲ କରିବାସହ ବ୍ୟବସାୟୀ ସହିତ ମିସି ଦୁର୍ନୀତି କରୁଥିବା ସରକାରୀ କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚାଷୀ ସମୂହ ଦାବି କରିଛନ୍ତି l