
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଡିଗ୍ରୀ କଲେଜ ନୂଆପଡ଼ା ସଟ୍ ସଂଖ୍ୟା ବୃଦ୍ଧି ନେଇ ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷ ରୁ ପତ୍ରାଳାପ ହୋଇଅଛି ଅଧିକ ସଂଖ୍ୟା ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ ର ସୁଯୋଗ ପାଇ ପାରିବେ। ବିଶେଷ କରି ଡିଗ୍ରୀ କଳା ବିଭାଗ ରେ ୧୯୨ ରୁ ୨୫୬ ଗୋଟି ସିଟ୍ ବୃଦ୍ଧି ହୋଇଅଛି। ସେଥିମଧ୍ୟରୁ ଶିକ୍ଷା ବିଭାଗ ସମ୍ମାନ ରେ ୪୮ ରୁ ୬୫ କୁ ବୃଦ୍ଧି ହୋଇଥିବା ବେଳେ ଇତିହାସ, ହିନ୍ଦୀ ଏବଂ ଭୂଗୋଳ ବିଭାଗ ରେ ୧୬ ରୁ ୩୨ ଗୋଟି ସିଟ୍ ବୃଦ୍ଧି ହୋଇଅଛି। ସେହିପରି ବିଜ୍ଞାନ ବିଭାଗ ରେ ୬୪ ଗୋଟି ସିଟ୍ ରୁ ୧୨୮ କୁ ବୃଦ୍ଧି ହୋଇଅଛି। ଫିଜିକ୍ସ ଓ ବାଇଲୋଜି ୩୨ ରୁ ୬୪ ବୃଦ୍ଧି ହୋଇଥିବା ବେଳେ କେମେଷ୍ଟି ଓ ଗଣିତ ରେ ୧୬ ରୁ ୩୨ କୁ ବୃଦ୍ଧି ହୋଇଅଛି।ବାଣିଜ୍ୟ ରେ ୬୪ ରୁ ୧୨୮ ଗୋଟି ସିଟ୍ ବୃଦ୍ଧି ହୋଇଅଛି। ନୂଆପଡ଼ା ଜିଲ୍ଲା ରେ ଖୁସି ବ୍ୟକ୍ତ କରିଛନ୍ତି।