
ଭବାନୀପାଟଣା (ନି.ପ୍ର) : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ଗଣିତ ଇଂରାଜୀ ବିଷୟରେ ଅଧିକରୁ ଅଧିକ ଦକ୍ଷ କରିବା ପାଇଁ ଷ୍ଟେମ ଶିକ୍ଷା ମାଧ୍ୟମରେ ଶିକ୍ଷା ପ୍ରଦାନ ଲକ୍ଷ ନେଇ ରାଜ୍ୟର ଅନ୍ୟତମ ବେସରକାରୀ ଅନୁଷ୍ଠାନ ଓଡିଶା ରାଇଜିଂ ଫାଉଣ୍ଡେସନ ଭୁବନେଶ୍ୱର ତାହାର ପ୍ରଚେଷ୍ଟା ଜାରି ରଖିବା ସହ କଳାହାଣ୍ଡି ଶିକ୍ଷା ବିଭାଗ ସହ ଏକ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କନ୍ଫରେନ୍ସ ହଲ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, କଳାହାଣ୍ଡି ଡି.ଆଇ.ଇ.ଟିର ଅଧ୍ୟକ୍ଷ ଦେଶବନ୍ଧୁ ସାହୁ, ଏଡିଇଓ ପବିତ୍ରମୋହନ ସାହୁ, ଏଡିଓ ହେମସାଗର ମହାନନ୍ଦ, ଜିଲ୍ଲା ବିଜ୍ଞାନ ସୁପରଭାଇଜର ଦୁଷ୍ମନ୍ତ ଶେଖର ପାଢୀ, ପେଡାଗଜି ସଂଯୋଜକ ଶ୍ରଦ୍ଧାଞ୍ଜଳି ଦାସ, ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ, ଡିଇଓ କାର୍ଯ୍ୟାଳୟର ସେକେଣ୍ଡାରୀ ବିଦ୍ୟାଳୟ ଇନ୍ଚାର୍ଯ୍ୟ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ଓଡିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ଅକ୍ଷୟ ସାଗର, ଓଡିଶା ରାଇଜିଂ ଢାଉଣ୍ଡେସନ କାର୍ଯ୍ୟକ୍ରମ ମୁଖ୍ୟ ସାଗରିକା ରାୟ, କଳାହାଣ୍ଡି ପୋଗ୍ରାମ୍ ଲିଡର୍ ପ୍ରଜ୍ଞା ପୁର୍ବାଶା ତ୍ରିପାଠୀ, ଅନ୍ୟତମ କଳାହାଣ୍ଡି ପ୍ରୋଗ୍ରାମ ଲିଡର୍ ଆଦିତ୍ୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରୀ ଓ ଓଡିଶା ରାଇଜିଂ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ସାଗରଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଗଣିତ ଓ ଇଂରାଜୀ ବିଷୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ଓ ବିଦ୍ୟାଳୟସ୍ତରରେ ଷ୍ଟେମସ୍ କ୍ଲବ ଖୋଲାଯିବ ବୋଲି ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ। ଶେଷରେ ପ୍ରଶାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟରେ ଓଡିଶା ରାଇଜିଂ ଫାଉଣ୍ଡେସନ ଭୁବନେଶ୍ୱର ୨୦୨୪ ମସିହା ନଭେମ୍ବର ମାସଠାରୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, କେସିଙ୍ଗା ଓ ଭବାନୀପାଟଣା ବ୍ଲକର ୧୫ ଟି ବିଦ୍ୟାଳୟରେ ଇ-ବିଦ୍ୟାଲୋକ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ଏହା କ୍ରମଶଃ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି।