
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ରେ ଏକକ ବ୍ୟବହାର ପ୍ଲାଷ୍ଟିକ ପୋଲିଥିନ ମୁକ୍ତ ଅଂଚଳ ଗଢିବାରେ ଜିଲ୍ଲାପାଳ ନୂଆପଡ଼ା ଆହ୍ବାନ ଦେଇଥିବା ବେଳେ ଏହା ଏକ ଅଭିଯାନ ର ରୂପ ନେଇ ସମଗ୍ର ଜିଲ୍ଲା ରେ ଜନ ଜାଗରଣ ସୃଷ୍ଟି ହୋଇଅଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ସଦର ମହକୁମାଠାରେ ସାପ୍ତାହିକ ପରିବା ହାଟ ରେ ପହଞ୍ଚି ନିଜର ବ୍ୟବହାର କୁ ପରିବର୍ତ୍ତନ କଲେ ମାନସିକତାର ପରିବର୍ତ୍ତନ ଆସିଥାଏ। ନିଜ ଘରୋଇ ସୌଉଦା ସଂଗ୍ରହ ବେଳେ କପଡ଼ା ମୁନା ର ବ୍ୟବହାର କରିବାକୁ ଆହ୍ବାନ କରିଛନ୍ତି। ଏକକ ବ୍ୟବହାର ପଲିଥିନ କୁ ବର୍ଜନ କରି ଶ୍ଵଦେଶ କୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଜିଲ୍ଲାପାଳ ସାଧାରଣ ଲୋକ ଆହ୍ବାନ କରିଛନ୍ତି। ସଚେତନ ନାଗରିକ ଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରିଥିବା ବେଳେ ପୋଲିଥିନ ବ୍ୟବହାର କରୁଥିବା ବ୍ୟବସାୟୀ ତଥା ଗ୍ରାହକ ମାନଙ୍କ ଠାରୁ ଫାଇନ ଆଦାୟ କରିଥିଲେ। ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ ଅଂଚଳ ଗଢିବାରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଥିଲେ। ଜିଲ୍ଲାପାଳଙ୍କ ଏଭଳି ପଦକ୍ଷପକୁ ଜିଲ୍ଲାବାସୀ ଭୁୟସୀ ପ୍ରଶଂସା କରୁଥିବା ଦେଖୁବାକୁ ମିଳିଛି।