
କେନ୍ଦୁଝର (ରୁଦ୍ର ନାରାୟଣ ଲାହୋର) : ଶୁକ୍ରବାର ଦିନ ଧରଣୀଧର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର ପ୍ରଥମ ପରାମର୍ଶଦାୟୀ ବୈଠକ ପ୍ରଶାସନିକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ଡକ୍ଟର ପ୍ରତାପ ଚନ୍ଦ୍ର ମହାନ୍ତି ଏହି ବୈଠକ ପରିଚାଳନା କରି ଥିଲେ । ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜିକା ଡ଼କ୍ଟର ସରିତା ନାଏକ ସମସ୍ତ ସଦସ୍ୟମାନଙ୍କୁ ସ୍ବାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା ବ୍ୟୁରୋର ଜିଲ୍ଲା କାର୍ଯକ୍ରମ ଅଧିକାରୀ ଡ଼କ୍ଟର ସୁନିଲ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ବ୍ୟୁରୋ ସଂଯୋଜିକା ଡ଼କ୍ଟର ସରିତା ନାଏକ ଚଳିତ ୨୫-୨୬ ଶିକ୍ଷା ବର୍ଷ ପାଇଁ ୨୮ ଟି ମହାବିଦ୍ୟାଳୟରେ ଚାଲି ଥିବା ୩୬ ଟି ୟୁନିଟ ର ୩୬୦୦ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ନୂତନ ଯୋଜନା ଓ ଖର୍ଚ୍ଚ ଅଟକଳ ଉପସ୍ଥାପନା କରିଥିଲେ । ଜାତୀୟ ସେବା ଯୋଜନା ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶିକା ଡକ୍ଟର ସରିତା ପଟେଲ , ରାଜ୍ୟ ନୋଡାଲ ଅଫିସର ତଥା ଡେପୁଟି ସେକ୍ରେଟାରୀ , ଉଚ୍ଚ ଶିକ୍ଷା ବିଭାଗର ଶ୍ରୀ ରମେଶ ଚନ୍ଦ୍ର ବେହେରା , ଯୁବ ଅଧିକାରୀ ଶ୍ରୀ ଅଜିତ କୁମାର ଖସୁଆ , ଇ.ଟି.ଆଇ ସେଣ୍ଟର୍ ତାଲିମ ଦାତା ଶ୍ରୀ ନିରୋଡ ବରଣ ଖୁଣ୍ଟିଆ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଭବିଷ୍ୟତ କାର୍ଯକ୍ରମ ନିଷ୍ପତ୍ତି ପ୍ରକ୍ରିୟାରେ ଅତିଥି ମାନେ ତଥା ସମସ୍ତ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ଗଠନ ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ଧରଣୀଧର ବିଶ୍ଵବିଦ୍ୟାଳୟ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି , ପିଜି କାଉନସିଲ ଚେୟାରମ୍ୟାନ ଡକ୍ଟର ପ୍ରଭୁପ୍ରସାଦ ଦାସ , ଅଧ୍ୟାପକ ଡକ୍ଟର ଦୋଳୋଗୋବିନ୍ଦ ରାଉତ , ଡକ୍ଟର ଅରୁନ୍ଧତୀ ଓଝା , କେନ୍ଦୁଝର ମହିଳା କଲେଜ ର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ,ବରିଷ୍ଠସମାଜସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି , ଶ୍ରୀମତୀ ବବିତା ରାମ , ଶ୍ରୀ ସନ୍ଦୀପ ପଟ୍ଟନାୟକ , ଡି. ଏଫ. ଓ ଧନରାଜ ଏଚଡି ପ୍ରମୁଖ ପରାମର୍ଶଦାୟୀ ମଣ୍ଡଳୀରେ ସଦସ୍ୟ ଭାବରେ ଉପସ୍ଥିତ ରହି ଭବିଷ୍ୟତ କାର୍ଯକ୍ରମ ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ । ଧରଣୀଧର ବିଶ୍ଵବିଦ୍ୟାଳୟ ପ୍ରୋଗ୍ରାମ ଅଫିସର ଶ୍ରୀ ଦିନେଶ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ । କୁଳପତି ପ୍ରଫେସର ଡକ୍ଟର ପ୍ରତାପ ଚନ୍ଦ୍ର ମହାନ୍ତି ଉତ୍ତରୀୟ ପ୍ରଦାନ କରି ଅତିଥି ତଥା ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରି ଥିଲେ ।