
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଆଜି ସମ୍ବଲପୁରୀ ଦିବସ ପାଳିତ ହେଉଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ଦିନ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ଯୋଗ ଦେଇ ଭାଷା ର ସୁରକ୍ଷା, ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ସମଗ୍ର ପଶ୍ଚିମ ଓଡ଼ିଆ ରେ ପାଳିତ ହେଉଅଛି ସମ୍ବଲପୁରୀ ଦିବସ। ଆଜିର ଦିବସ କୁ ମନେ ପକେଇବା ପାଇଁ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଛାତ୍ର ଛାତ୍ରୀ ମାନେ ସ୍କୁଲ ଆସିଥିଲେ। ସମ୍ବଲପୁରୀ ଖାଦ୍ୟ, ବେଶଭୂଷା ପରିଧାନ କରି ଆସିଥିଲେ। ସେହିପରି ସମ୍ବଲପୁରୀ ବାଦ୍ୟ ଢୋଲ, ନିଶାନ, ତସା ଓ ମହୁରୀ ର ତାଲକୁ ତାଲ ଦେଇ ନୃତ୍ୟ ପରିବେଷଣ କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। କୁନି ଛାତ୍ର ଛାତ୍ରୀ ମାନେ ସମ୍ବଲପୁରୀ ବାଦ୍ୟ ଯନ୍ତ୍ର ରେ ସୁମଧୁର ଗୀତ ପରିବେଷଣ କରିଥିଲେ। ଏହା ଦ୍ବାରା ବିଶେଷ ରୂପେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଲୋକାଲ ଫର ଭୋକାଲ ଉପରେ ଗୁରୁତ୍ବ ଦେଇ ନିଜ ଅଞ୍ଚଳ ଲୋକ ଭାଷା, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ଖାଦ୍ୟକୁ ଲୋକ ଲୋଚନ କୁ ଆଣିବାର ପ୍ରୟାସ ମାତ୍ର ବୋଲି ମତବ୍ୟକ୍ତ କରିଥିଲେ।
