
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଦିନିକିଆ ସଚେତନ କର୍ମଶାଳା, ରକ୍ତ ହୀନତା, ପୁଷ୍ଟିହୀନତା ଓ କୁପୋଷଣ ମୁକ୍ତ ପଞ୍ଚାୟତ ଗଠନ ନେଇ ପଦକ୍ଷେପ ନେବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପ୍ରାଥମିକ କର୍ମୀ ଙ୍କୁ ନେଇ ଏକ ସଚେତନ କରାଇଥିଲେ। ବିଶେଷ ରୂପେ ରକ୍ତହୀନତା ଓ ପୁଷ୍ଟିହୀନତା କୁପୋଷଣ ମୁକ୍ତ ଏବଂ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିତାନ୍ତ ଜରୁରୀ ଅଟେ। ଏହି କର୍ମଶାଳା ରେ ସ୍ବେଛାସେବୀ ମହେନ୍ଦ୍ର କୁମାର ଯୋଷୀ, ନିଶିକାନ୍ତ ପଣ୍ଡା ଙ୍କ ସମେତ ୬ ଜଣ ଅଙ୍ଗନୱାଡ଼ି ସୁପରଭାଇଯାର ଆରେଡା ରଶ୍ମୀ ରାଣୀ ମେହେର,ତୁକଲା ଦିପାଞ୍ଜଳୀ ମେହେର, ନେହେନା ଶକୁନ୍ତଳା ନାଗ, ସର୍ଧାପୂର୍ ସରସ୍ଵତୀ ବିଶି, ବରଗାଁ ସୁପ୍ରଭା ଯୋଷୀ,ଖୁଡପେଜ୍ ବୈଜନ୍ତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।