
ବାରିପଦା….. ସନାତନ ଧର୍ମ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ସନାତନୀ , ତାହାକୁ ଖି ଷ୍ଟିଆନ ସମାଜ/ ଧର୍ମ ଦ୍ଵାରା ବିରୋଧ କର ଯାଇଥିଲା । ଏବଂ ବାରିପଦା ରକ୍ସୀ ସିନେମା ହଲ ରେ ନ ଚାଲିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାାଇଥିଲା। ତାହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ର କାର୍ଯ୍ୟ କର୍ତ୍ତା ମାନେ ଆଜି ଜିଲ୍ଲାପାଳ ଙ୍କୁ ଦେଖା କରି ଦାବିପତ୍ର ଦେବା ସହିତ ବାରିପଦା ରକ୍ସି ସିନେମା ହଲ ରେ ଯେଉଦିନ ଚଳଚ୍ଚିତ୍ର ର ରିଲିଜ୍ ହେବାକୁ ଯାଉଅଛି ସେହିଦିନ ହିଁ ଚଳଚିତ୍ର ଚାଲିବା ପାଇଁ ଦାବି କରିଥିଲେ। କାରଣ ହିନ୍ଦୁ ସନାତନୀ ଧର୍ମ ଉପରେ ଚଳଚ୍ଚିତ୍ର ଯଦି ଚଲାଯାଇ ପାରିବ ନାହିଁ ତେବେ ଏଭଳି ସିନେମା ହଲ୍ ନ ଚାଲିବା ଭଲ । ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ବହୁତ କାର୍ଯ୍ୟ କର୍ତ୍ତା ଏକଜୁଟ ହେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର କରିବା ସହ ସିନେମା ରିଲିଜ ହେବା ଦିନ ହିଁ ବାରିପଦା ହଲ ରେ ଚଲେଇବା ପାଇଁ ହଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ଦେବା ସମୟରେ ମୟୂରଭଞ୍ଜ ପୁର୍ବ ଜିଲ୍ଲା ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଶ୍ଵଜିତ ରଣା ଙ୍କ ନେତୁତ୍ଵରେ ବିଶ୍ଵକର୍ମା ଡାକୁଆ, ଦୀପକ ପାଣଗ୍ରାହୀ, ଶୁଭେନ୍ଦୁ ବେହେରା,ଶୁଭମ୍ ତ୍ରିପାଠୀ, ହରି ପଣ୍ଡା, କାଳୀ ଚରଣ ମାରାଣ୍ଡି,ଦେବାଶିଷ ଦତ୍ତ, ବାସୁଦେବ ପଣ୍ଡା, କାହ୍ନl ଦାସ, ସୁରଜ୍ ବେନ୍ତlଳ ପ୍ରଶାନ୍ତ ନାୟେକ , ନନୀ ଗୋପାଳ ଦାସ ଇତ୍ୟାଦି ଉପସ୍ଥିତ ଥିଲେ।