
ଗଞ୍ଜାମ….ବୁଧବାର ସନ୍ଧ୍ୟାରେ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଥିଲା ସଫଳତା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରୁ ପୁରୁଷୋତ୍ତମପୁର ଦେଇ ମୁମ୍ବାଇ ଚାଲାଣ ହେବାକୁ ଥିବା ୭୦ କିଲୋ ଗଞ୍ଜେଇ ଜବତ କରିଥିଲା ବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଆସିକା ଥାନା ଅଧିକାରୀ, ସୋରଡ଼ା ଥାନା ଅଧିକାରୀ ଆସିକା ଠାରେ ଜଗି ରହିଥିଲେ । ଯାନବାହାନ ଯାଞ୍ଚରେ ଏକ ମିନି ପିକଅପ ଭ୍ୟାନ ଏବଂ ଏକ କାରରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଦୁଇ ଗାଡ଼ିକୁ ଜବତ କରିବା ସହିତ ୪ଜଣକୁ ଗିରଫ କରିଥିବା ବେଳେ ଜଣେ ଖସି ପଳାଇବାରେ ସଫଳ ହୋଇଥିଲା । ତଦନ୍ତ ପରେ ଦୁଇ ଗାଡ଼ିର ଡିକି ରେ ୭୦ କେଜି ଗଞ୍ଜେଇ ଥିବା କହିଛି ଅବକାରୀ ବିଭାଗ। ତେବେ ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରୁ ଭାୟା ପୁରୁଷୋତ୍ତମପୁର ଦେଇ ଟ୍ରେନ ଯୋଗେ ମୁମ୍ବାଇ କୁ ଚାଲାଣ ହେବାକୁ ଥିଲା ବୋଲି କହିଛନ୍ତି ଗିରଫ ଚାଲାଣକାରି । ଗିରଫ ୪ ହେଲେ ପୋଲସରା ଅଞ୍ଚଳର ଅଶୋକ ସାହୁ,ଆସିକା ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମର ଟିଟୁ ପଲେଇ ଏବଂ ସୁନିଲ ସ୍ୱାଇଁ ସମେତ ଡ଼୍ରାଇଭର ସନ୍ତୋଷ ପଲେଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେନ୍ଦେଣ୍ଟ ସୃତିକାନ୍ତ ରାଉତ ସୂଚନା ପ୍ରଦାନ କରିଛନ୍ତି।