
ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) : ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଙ୍କ ନେତୃତ୍ବରେ ବିଜେଡିର ବରିଷ୍ଠ ନେତା କର୍ମୀ ଓ କିଛି କାଉନସିଲର ରାଜଗାଙ୍ଗପୁର ସହର ରୁ ଭୁବନେଶ୍ୱର ଶଂଖଭବନ ଠାରେ ରାଜ୍ୟ ବିଜେଡି ଉପସଭାପତି ଙ୍କୁ ସଖ୍ୟାତ କରି ପୈରପାଳିକା ଉପାଧ୍ୟକ୍ଷ ଏମଡି ଇରଫାନ ଦଳିୟ ନେତା ଅମରେଶ ପଣ୍ଡା, ଜିତେନ୍ଦ୍ର ନାରାୟଣ ଦାଶ ଓ କିଛି କର୍ମୀ ଙ୍କ ବିରୁଦ୍ଧରେ ଦଳ ମଧ୍ୟରେ ରାଜନୀତି କରି ଦଳର ଭାବମୂର୍ତ୍ତି ଖୁର୍ଣ କରୁଥିବା ଅଭିଯୋଗ କରିଥିଲେ। ଉପାଧ୍ୟକ୍ଷ ଏମଡି ଇରଫାନ ଦଳିୟ ଟିକେଟ ରେ ଜିତି ସର୍ବସମ୍ମତିକ୍ରମେ ପୈରପାଳିକା ଉପାଧ୍ୟକ୍ଷ ହୋଇ କିଛି କଂଗ୍ରେସ ଓ ବିଜେପିର କାଉନସିଲର ଙ୍କ ସହିତ ମିଶି ଦଳବିରୋଧୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରିଥିଲେ ସେମାନଙ୍କୁ ପଛପଟେ ରହି ବିଜେଡି ପୁର୍ବତନ ଟାଉନ ସଭାପତି ଅମରେଶ ପଣ୍ଡା ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ଦାଶ ସାହାଯ୍ୟ କରି ପୈରପାଳିକା ଚେୟାରମେନ ଶ୍ରୀ ମତି ମାଧୁରୀ ଲୁଗୁନ ଙ୍କ ବିରୁଦ୍ଧରେ ଗୁରୁତର ଷଡ଼ଯନ୍ତ୍ର କରୁଥିବା ବିଜେଡି ଉପସଭାପତି ଓ ଦଳର ଯୁବ ଟାଣୁଆ ନେତା ବବି ଦାସ ଙ୍କ ନିକଟରେ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥଲେ। ଉକ୍ତ ଦଳ ବିରୋଧୀଙ୍କ ନେତା କର୍ମୀ ଓ ଉପାଧ୍ୟକ୍ଷ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ।