
ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିଂହପୁର ଗ୍ରାମ ପଂଚାୟତ ତରଫରୁ ସିଂହପୁର ଗ୍ରାମ ପଂଚାୟତ ର ଯୁବ ସରପଞ୍ଚ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଖିଲାର ଙ୍କ ତତ୍ତ୍ୱାବଧାନରେ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା | ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଟ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ମୋଟ ୫୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଉକ୍ତ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ଅଶୋକ କୁମାର ଧଳ ପରିଚାଳନା କରିଥିଲେ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜ୍ଞାନ ରଂଜନ ସାମଲ , ସହକାରୀ ଶିକ୍ଷକ ମନୋରଞ୍ଜନ ବେଉରିଆ ଓ ପ୍ରଭାତ କୁମାର ସାହୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ | ଉକ୍ତ ପ୍ରତିଯୋଗିତାରେ ଫଳ ସ୍ୱରୂପ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦିପ୍ତ୍ତୀମୟୀ ସାହୁ (ପ୍ରଥମ) , ଅଷ୍ଟମ ଶ୍ରେଣୀ ଛାତ୍ର ରାକେଶ ଦାସ (ଦ୍ୱିତୀୟ) ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପିକା ବେଉରିଆ (ତୃତୀୟ) ସ୍ଥାନ ଅଧିକାର କରିଥିଲେ |