
ନୂଆପଡା(ମିଖାଏଲ ନନ୍ଦ) : ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ରେ ବିକଶିତ ଭାରତ ନେଇ ମଣ୍ଡପମ ଠାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି। ଏହି ଆଲୋଚନା ଚକ୍ରରେ ଭାଷା ବିଶେଷଜ୍ଞ ଡ଼.ମହେନ୍ଦ୍ର ଯୋଷୀ ଯୋଗ ଦେଇ ଭାରତରେ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ବ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଜ୍ଞାନ ଓ କୌଶଳ ବୃଦ୍ଧି ସାଙ୍ଗକୁ କର୍ମ କ୍ଷେତ୍ରରେ ଦକ୍ଷତା ପ୍ରକାଶ କରିବ। ଡ଼.ମହେନ୍ଦ୍ର ମିଶ୍ର ବହୁ ଭାଷା ଶିକ୍ଷା ଉପରେ ମନ୍ତବ୍ୟ ଦେଇ ଭାଷା ରୁ ଶିକ୍ଷା ଆରମ୍ଭ କରି ରାଜ୍ୟ ଭାଷା ଦେଶ ଭାଷା ଏବଂ ବିଦେଶ ଭାଷା ଉପରେ ଅଧ୍ୟୟନ କରିବାକୁ ଆହ୍ବାନ କରିଥିଲେ।ଦେଶରେ ଆଦିବାସୀ ବିଦ୍ୟାର୍ଥୀ ମାନେ ରାଜ୍ୟ ଭାଷା କହିବା ବୁଝିବା ସମ୍ଭବ ହୋଉ ନଥିବା ବେଳେ ଆଦିବାସୀ ଭାଷାରେ ପାଠ୍ୟ ବିଷୟ ବସ୍ତୁ ପ୍ରସ୍ତୁତ କରି ଶିକ୍ଷା ଦାନ କରୁଛନ୍ତି। ଏହି ସଙ୍ଗଗୋଷ୍ଠୀ ରେ ଭାରତୀୟ ଭାଷାରେ ଶିକ୍ଷା
ଦାନ ବ୍ୟବସ୍ଥା ସହ ଭାରତୀୟ ଶିକ୍ଷାନୀତି ୨୦୨୦ ରେ ମୁଖ୍ୟ ବ୍ୟକ୍ତ ରୂପେ ଅନୀଲ ସହସ୍ରବୁଦ୍ଧି, ପ୍ରଫେସର ଜଗଦୀଶ କୁମାର ଚାମୁପତି
ଶାସ୍ତ୍ରୀ, ଡ଼ ଶୈଳେଶ ମୋହନ, ଡ଼.ଅନୁରାଧାଶର୍ମା ଓ ଡ଼ ମହେନ୍ଦ୍ର କୁମାର ଯୋଷୀ ପ୍ରମୁଖ ଯୋଗ ଦେଇ ଶିକ୍ଷା ନୀତି ଉପରେ ମଞ୍ଚ ରେ ଉପସ୍ଥାପନ କରିଥିଲେ। ଓଡ଼ିଶାରେ ୨୦ ବର୍ଷରେ ପୂର୍ବେ ଆଦିବାସୀ ବହୁ ଭାଷା ଶିକ୍ଷାଦାନ ବ୍ୟବସ୍ଥା ଜାତୀୟ ସ୍ତରରେ ଗୃହିତ ହୋଇ ଆନ୍ତର୍ଜାତିକ ସ୍ତର ଆଦୃତ।