
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକ୍ଷମ କରାଯିବ।ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନିର୍ମାଣ କାର୍ଯ୍ୟର ତଦାରଖକୁ ଗୁରୁତ୍ୱ ଦିଆଯାଇଛି।ପ୍ରକିୟାକୁ ସହଜ କରିବା ପାଇଁ ଇନଫ୍ରା ଆପ -‘ ୱସମ’ (ଅଙ୍ଗନବାଡ଼ି ୱେଲ୍ଲଫେୟାର ଆଣ୍ଡ ସର୍ଭିସ ଓଭରସାଇଡ ମନିଟରିଂ ଏଭ୍ରୀହୋୟାର) କୁ ଲୋକାର୍ପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ଆସନ୍ତା ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ‘ ଆସ ଯିବା ଅଙ୍ଗନବାଡ଼ି ‘ ଅଭିଯାନ ପାଳନ କରାଯିବ। ଗତ ବୁଧବାର ଦିନ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସି ଡ଼ି ପି ଓ) ମାନଙ୍କ ନିମନ୍ତେ ଅନୁଷ୍ଠିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳାକୁ ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହି ସୂଚନା ଦେଇଛନ୍ତି।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି ପରିସରରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।ସେହିପରି ” ଆସ ଯିବା ଅଙ୍ଗନବାଡ଼ି ” ଅଭିଯାନରେ ରାଜ୍ୟବାସୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଏହାର ଭିତ୍ତିଭୂମି ,ସ୍ୱଚ୍ଛତା,ଓ କାର୍ଯ୍ୟଦକ୍ଷତା ଉପରେ ନିଜର ମତାମତ ରଖିବେ।ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ିର କାର୍ଯ୍ୟାନ୍ଵୟନ ନିର୍ଦ୍ଧାରିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚିତ କରିଛନ୍ତି। ସିଦିପିଓମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ଵାଧୀନ ବିକାଶକୁ ତ୍ବରାନ୍ବିତ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସେ କହିଛନ୍ତି,ତୃଣମୂଳ ସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି।ବିକଶିତ ଓଡ଼ିଶା ୨୦୩୬ ରେ ଓଡ଼ିଶାକୁ ଅପପୃଷ୍ଟି ମୁକ୍ତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ।ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।କାର୍ଯ୍ୟକ୍ରମରେ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକର୍ତ୍ତାଙ୍କ ତାଲିମ ବ୍ୟବସ୍ଥାକୁ ସୃଦୁଢ଼ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନ୍ୟାସନାଲ ଇନଷ୍ଟୀଚ୍ୟୁଟ ଅଫ ପବ୍ଲିକ କୋ – ଅପରେସନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ(ଏନ୍ଆଇପିସିସିଡ଼ି) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।ଏହି ବୁଝାମଣା ପତ୍ରରେ ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ କ୍ରର୍ମଚାରିଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏନ୍ଆଇପିସିସିଡ଼ି ଅତିରିକ୍ତ ନିର୍ଦ୍ଦେଶକ ସଂଘମିତ୍ରା ବାରିକ କହିଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସିଡ଼ିପିଓ ମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଅଭିଭାଷଣରେ ପ୍ରଶିକ୍ଷଣ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଆଲୋଚନା କରିଥିଲେ।ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ ରୁ ଅଧିକ ସିଡିପିଓ ଓ ପ୍ରକଳ୍ପ ଅଧିକାରୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।