
ନୂଆପଡା(ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅର୍ନ୍ତଗତ ଖଡ଼ିଆଳ ବ୍ଲକ ର ଭୁଲିଆ ସିକୁୟା ପଞ୍ଚାୟତ ବାରେସବାହାଳୀ ନୂଆପଡ଼ା ଗାଁ ର ଜଣେ
ଯୁବତୀ କୁ ସେହି ଗାଁ ର ଶଶି ଭୋଇ ନାମକ ଯୁବକ ପ୍ରେମ କରି ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖି ଗର୍ଭବତୀ କରି ଗର୍ଭନଷ୍ଟ କରିଥିବା ଅଭିଯୋଗ ଘଟଣା ରେ ସାମାଜିକ ସ୍ତର ରେ ସମାଧାନ ର ବାଟ ନପାଇ ପୀଡ଼ିତା ଯୁବତୀ ଓ ତାଙ୍କ ପରିବାର ଲୋକେ ଖଡ଼ିଆଳ ଥାନା ର ଦ୍ବାରସ୍ଥ ହୋଇଥିଲେ । କୌଣସି ପଦକ୍ଷେପ ନେଉନଥିବା ରୁ ପୀଡ଼ିତା ପରିବାର ନୂଆପଡ଼ା ଏସପି ଙ୍କ ଦ୍ବାରସ୍ଥ ହୋଇଥିଲେ । ଅନ୍ୟପଟେ ପୀଡ଼ିତା ଯୁବତୀ ଙ୍କ ସହ ଗ୍ରାମବାସୀ ଯୁବତୀ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରୁଥିବା ବେଳେ ଏହି ମାମଲା ରେ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ର ପ୍ରୟାସ ଜାରି ରଖି ଅତି ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ନୂଆପଡ଼ା ଏସପି ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଖଡ଼ିଆଳ ପୋଲିସ ଏନେଇ 178/25 ରେ ଏକ କେଶ ରୁଜୁ କରି ଖଡ଼ିଆଳ ପୋଲିସ ଏହାକୁ ଆଧାର କରି ଅଭିଯୁକ୍ତ କୁ ଖୋଜିବାରେ ଲାଗିଥିଲା, ଅଭିଯୁକ୍ତ ଖବର ପାଇଁ ଫେରାର ହୋଇଥିବା ବେଳେ ଖଡ଼ିଆଳ ପୋଲିସ ଅଭିଯୁକ୍ତ କୁ ମହାରାଷ୍ଟ୍ର ମୁମ୍ବାଇ ରୁ ଗିରଫ କରି ଆଜି ଖଡ଼ିଆଳ ଥାନା ଅଣାଯାଇଥିବା ଆଇ ଆଇ ସି ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ କୁ ଭାରତୀୟ ନ୍ୟାୟ ସଂହିତା 69.296,35(4)ଧାରା ଲଗେଇ
ଆଜି କୋର୍ଟ ଚାଲାଣ କରାଜାଇଥିବା ସୂଚନା ମିଳିଛି ।