*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଆଜି ୩୩;ତମ ବିଜ୍ଞାନ ମେଳା ଅନୁଷ୍ଠିତ, ୪୨ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ, ଶିକ୍ଷା ସହ ବିଜ୍ଞାନ ଶିକ୍ଷା ପ୍ରତି ରୁଚି ଜାଗ୍ରତ କରିବା ଉଦ୍ଧେଶ୍ୟ।*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫/୧୧.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଆଜି ୩୩;ତମ ବିଜ୍ଞାନ ମେଳା ଅନୁଷ୍ଠିତ, ୪୨ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ, ଶିକ୍ଷା ସହ ବିଜ୍ଞାନ ଶିକ୍ଷା ପ୍ରତି ରୁଚି ଜାଗ୍ରତ କରିବା ଉଦ୍ଧେଶ୍ୟ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇ ଶିକ୍ଷା ପ୍ରଣାଳୀ ରେ ଆତ୍ୟାଧୁନିକ ଛାପ ରହି ଏ ଆଇ ଯୁଗରେ ଛାତ୍ର ଛାତ୍ରୀମାନେ ବିଜ୍ଞାନ ଓ ବୈଜ୍ଞାନିକ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି କହିଥିଲେ। ସଭାରେ ସ୍କୁଲ ଅଧ୍ୟକ୍ଷ ଦୀପ୍ତି ମୟୀ ଖମାରୀ, ପରିଚାଳନା ସମ୍ପାଦକ ଚିତ୍ତରଞ୍ଜନ ସିଂ ଦେଓ, ପରିଚାଳନା ସଦସ୍ୟ ପ୍ରଣତି ପଣ୍ଡା, ଦୂର୍ବା ଖମାରୀ, ମଡେଲ ଡିଗ୍ରୀ କଲେଜ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗ ଦେଇଥିଲେ। ଆଜି ବିଦ୍ୟାର୍ଥୀଙ୍କ ମଧ୍ୟରୁ ୪୨ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
