*ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ସୁନାବେଡ଼ା ଗସ୍ତ, ପ୍ରଥମ ଗସ୍ତରେ ସୁନାବେଡ଼ା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୫.୧୧.
ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ କରିଥିଲେ। ପ୍ରଥମ ଗସ୍ତରେ ସୁନାବେଡ଼ା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ। ଜିଲ୍ଲାପାଳ ନୂଆପଡ଼ା ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ମନ୍ଦିର ଦର୍ଶନ କରିଛନ୍ତି। ସେହିପରି ସିବିଡିଏ ଦ୍ୱାରା ପରିଚାଳିତ ଶିଶୁ ପୋଷଣ କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କ ସହ ବସି ତାଙ୍କ ପାଇଁ ଚାଲୁଥିବା ବିଭିନ୍ନ ଚେରଚୁଆଁ, ଖୋଲି ଭିତର, ଏବଂ ଜାମଗାଁ କେନ୍ଦ୍ର ପରିଦର୍ଶନ କରିଛନ୍ତି।ସୁନାବେଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସୁନାବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ କୁ ମଧ୍ୟ ଗସ୍ତ କରିଥିଲେ। ସିବିଡିଏ ଦ୍ୱାରା ମହୁ ପ୍ରକ୍ରିୟାକରଣ କେନ୍ଦ୍ର ଦେଖିଥିଲେ। ପରେ ପର୍ଯ୍ୟଟନର ବିକାଶ ପାଇଁ ବେନୁଆଁଧସ ଜଳ ପ୍ରପାତ କୁ ଦେଖିଥିଲେ। ଏହି ଗସ୍ତ ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ ଗସ୍ତ କରିଥିଲେ।
