ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସରକାରୀ ଇଲେକ୍ଟ୍ରୀ ଏସ ଡି ଓ( ସ୍କୁଆଡ ଅଫିସର ) ବ୍ୟବହାର କରୁଥିବା ଗାଡ଼ି ଏକ ବ୍ୟକ୍ତିଗତ ଲୋକଙ୍କ ନାମରେ ଅଛି ବୋଲେରୋ ଗାଡ଼ି ନମ୍ବର OD 264917 ଗାଡ଼ି ମାଲିକ କୁନୁ ମେହେର ଗ୍ରାମ ତୁକୁଲା ର ଅଟେ । ଗାଡ଼ି ର ଫିଡନେଶ, ଇଂଶୁରାଂଶ ସବୁ ଠିକ୍ ଅଛି ହେଲେ ବ୍ୟକ୍ତି ଗତ ଭାବରେ ରେଜିଷ୍ଟେଶନ ହୋଇଛି ଏପାଖରେ ପ୍ରଶ୍ନ ଆସୁଛି ବ୍ୟକ୍ତି ଗତ ବୋଲେରୋ ଗାଡ଼ିକୁ ଇଲେକ୍ତ୍ରି ଡିପାର୍ଟ ର ଅଫିସର ବ୍ୟକ୍ତି ଗତ ଭାବରେ ବ୍ୟବହାର କରୁଛନ୍ତି । ଗରିବ ଲୋକଙ୍କ ଲାଇନ୍ କନେକ୍ସନ୍ ରେ କୌଣସି ତ୍ରୁଟି ରହି ଥିଲେ ଏହି ସ୍କୁଆଡ୍ ଦଳ ଫାଇନ ଆଦାୟ କରନ୍ତି ହେଲେ ଏହି ବ୍ୟକ୍ତି ଗତ ଥିବା ବୋଲେରୋ ଗାଡ଼ି କୁ ଟ୍ୟାକ୍ସି ଭାବରେ ଇଲେକ୍ତ୍ରୀ ଏସ ଡି ଓ ବ୍ୟବହାର କରୁଥିବାରୁ ଏହି ତ୍ରୁଟିର ଫାଇନ କାହିଁକି ଆଦାୟ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ବିଷୟରେ ଆମ ପ୍ରତିନିଧି ଇଲେକ୍ଟି ଏସ ଡି ଓ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ଇଲେକ୍ଟି କମ୍ପାନୀ ମତେ ବ୍ୟବହାର ପାଇଁ ଦେଇ ଛନ୍ତି ଏଗରିମେଣ୍ଟ ହୋଇଛି କି ନାହିଁ ମୁଁ ଜାଣିନାହିଁ ବୋଲି କହିଛନ୍ତି ।
