ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ ଯୌନ ନିର୍ଯାତନା ନିବାରଣ ଆଇନ -୨୦୧୩ ଏବଂ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ନିୟମ- ୨୦୧୫ ସଂପର୍କରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁ ଏଥିରେ ସଭାପତିତ୍ବ କରିବା ସହିତ ଏହି କର୍ମଶାଳାର ଉଦ୍ଦେଶ୍ୟ, ଅଭିଲକ୍ଷ୍ୟ ଏବଂ ଅଧିନିୟମ ସଂପର୍କରେ ଅବଗତ କରାଇଥିଲେ। ମୁଖ୍ୟଅତିଥି ଭାବରେ ନୂଆପଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଡକ୍ଟର ଫଣିନ୍ଦମ ଦେଓ ଯୋଗଦେଇ ଯୌନ ନିର୍ଯ୍ୟାତନା ନିବାରଣ ଆଇନ -୨୦୧୩, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ନିୟମ- ୨୦୧୫ ଏବଂ ମାନବ ଅଧିକାର ସଂପର୍କରେ ବିଶଦ ଭାବେ ଆଲୋଚନା କରିବା ସହିତ ତାଙ୍କର ବକ୍ତବ୍ୟରେ କହିଥିଲେ ନାରୀ ସୁରକ୍ଷା ଓ ସମ୍ମାନ ହେଉଛି ଏକ ସୁସ୍ଥ ସମାଜର ପରିଚୟ । ଆଦର୍ଶ ମୁକ୍ତ ଆଶ୍ରୟ ନିବାସ ସଂଗଠନ, ଖଡ଼ିଆଳର ପ୍ରକଳ୍ପ ସଂଯୋଜିକା ମୋନାଲିସା ମହାନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ସମୟରେ ନାରୀର ସ୍ଥିତି ଏବଂ ସୁରକ୍ଷା ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଳେଷଣ କରିଥିଲେ। ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରିଜାଇଡିଙ୍ଗ ଅଫିସର ଶ୍ରୀମତି ପ୍ରୀତିସ୍ବପ୍ନା ପ୍ରଧାନ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଅବଗତ କରାଇଥିଲେ।
