ଛାତ୍ରଙ୍କ ଚରମ ନିଷ୍ପତ୍ତି: ମା ସ୍କୁଲ ଯିବା ପାଇଁ କହିବାରୁ ବିଷ ପିଇଲେ ଛାତ୍ର
ସୋର, ୨୩/୯ (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଅଭିଭାବକ ସ୍କୁଲ ଯିବା କହିବାରୁ ସପ୍ତମ ଶ୍ରେଣୀ ଛାତ୍ର ନେଲା ଚରମ ନିଷ୍ପତ୍ତି। ବିଷ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ସୂଚନାଯୋଗ୍ୟ ସୋର ବ୍ଲକ୍ ମଧୁସୂଦନପୁର ପଞ୍ଚାୟତ ଛାତ୍ର ସିଲୁ (ଛଦ୍ମନାମ) ସ୍ଥାନୀୟ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ଆଜି ସେ ସ୍କୁଲ୍ ନଯାଇ ଲୁଚିଥିଲେ। ସନ୍ଧ୍ୟାରେ ମାଆ ଏ ବାବଦରେ ଜାଣିବା ପରେ ସିଲୁଙ୍କୁ ଆକଟ କରିଥିଲେ। ଫଳରେ ଛାତ୍ର ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଘରେ ଥିବା ପରିବା ବିଷ ପିଇ ଦେଇଥିଲେ । ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି
