ଗଣପତି ପୂଜା ଉତ୍ସବରେ କଂଗ୍ରେସ କର୍ମୀ ମାନଙ୍କ ଭ୍ରମଣ।
ଭଞ୍ଜନଗର -୨୩/୦୯(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଏହାର ଆଖପାଖ ରେ ଚାଲିଛି ନଅ ଦିନ ବ୍ୟାପି ନବରାତ୍ରି ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ। ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ଅଞ୍ଚଳ ତରଫରୁ ସମସ୍ତ ପୂଜା ମଣ୍ଡପ କୁ ନିମନ୍ତ୍ରଣ କରୁଛନ୍ତି ସ୍ଥାନୀୟ ପୂଜାକମିଟି -ଦୃଢ଼ ସମାଜସେବୀ/ ଯୁବ ନେତୃତ୍ଵ ଶ୍ରୀ ବିଷ୍ଣୁ ଭାଇ ଏବଂ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ରଥ ଙ୍କସହ ସମସ୍ତ କଂଗ୍ରେସ କର୍ମ କର୍ତ୍ତାଙ୍କୁ। ବାଜା, ବାଣ ସହ ଉପଢୋକଣ, ମିଠା, ପ୍ରାସାଦ ବ୍ୟବସ୍ତା ସହ ସମସ୍ତ ଯୁବ ନେତୃତ୍ଵ, ବୟଜେଷ୍ଟଙ୍କ ସହ ଉପସ୍ଥିତ ସାମ୍ବାଦିକ , ବୁଦ୍ଧିଜିବୀ ମହଲରେ ପୂଜାର୍ଚ୍ଚନା ପରେ ସାହି ଭ୍ରମଣ ପୂଜା ମହଲ କୁ ଆଉରି ରଙ୍ଗୀନ ସହ ଉତ୍ସବ ମୁଖରିତ କରୁଛି। ସୂଚନା ଯୋଗ୍ୟ ଭଞ୍ଜନଗର ଏବଂ ଆଖପାଖ ଅଞ୍ଚଳ ରେ ଗଣେଶ ପୂଜା ବହୁ ଆଡମ୍ବର ରେ ପାଳନ ହେବା ସହ ଶବ୍ଦ ଓ ଆଲୋକ ମାଳା ରେ ସଜ୍ଜିତ ହୋଇଛି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ର ବହୁ ଭକ୍ତ ମାନଙ୍କ ସମାଗମ ହେବାର ଦେଖିବାକୁ ମିଳିଛି।
