*ଲଗାଣ ବର୍ଷା ରେ ଉପୁଡିଲା ବରଗଛ, ବିଦ୍ୟୁତ ଖୁଣ୍ଟ*
ବାଘଲଟି ରୁ ଦୁଇ ଗେଟ ରେ ୪୦ କ୍ଯୁସେକ ଅତିରିକ୍ତ ଜଳ ଛଡା ଯାଉଛି ।
ଚିକିଟି, ୨୪/୯( ଶ୍ରୀବତ୍ସ ସାହୁ ) ବ୍ଲକ ରେ ଦିନ ତମାମ ଅନବରତ ଲଗାଣ ବର୍ଷା ଲାଗୁରହିଛି l ଲଗାଣ ବର୍ଷା ଯୋଗୁଁ କରବାଲୁଆ ରୁ ଚିଲାଡୀ ରାସ୍ତା ରେ ଏକ ବିରାଟ ବରଗଛ ମୂଳ ରୁ ଉପୁଡି ରାସ୍ତାରେ ପଡିଥିଲା l ସେହିପରି ଦୁଇଗୋଟି ବିଦ୍ୟୁତ ଖୁଣ୍ଟ ରାସ୍ତା ରେ ପଡ଼ିଥିବା ଦେଖିବାକୁ ମିଳିଥିଲା l ବ୍ଲକ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା l ଲଗାଣ ବର୍ଷା ଯୋଗୁଁ ବାଘଲଟି ଜଳ ଭଣ୍ଡାର କୁ ବନ୍ୟା ଜଳ ଆସିଛି l ଅତିରିକ୍ତ ବନ୍ୟା ଜଳ କୁ ବାହୁଦା ନଦୀରେ ଛାଡିବା ପାଇଁ ବାଘଲଟି ପ୍ରଶାସନ ତରଫରୁ ଜଳ ଭଣ୍ଡାର ର ଦୁଇ ଗୋଟି ଖୋଲାଯାଇ ୪୦ କ୍ଯୁସେକ ଅତିରିକ୍ତ ଜଳ ଛଡ଼ାଯାଇଛି l ବାଘଲଟ ଜଳଭଣ୍ଡାର ରୁ ଦୁଇଟି ଗେଟ୍ ଖୋଲାଯାଇଥିବାରୁ କେହି ବି ନଦୀକୁ ଯାଆନ୍ତୁ ନାହି ବୋଲି ସତର୍କ କରାଯାଇଛି l ରାତି ତମାମ ଲଗାଣ ବର୍ଷା ଯଦି ଲାଗିରୁହେ ତାହେଲେ ଚିକିଟି ବ୍ଲକ ର ନୂଆପଡ଼ା, ଚାନ୍ଦପୁର, ସୁନ୍ଦରଡ଼ା, ପତ୍ରଚୁଡ଼ି, ଦେଉଳିଆପଡ଼ା, ମଇସାନ ପୁର, ବଡ଼ ବରଙ୍ଗା, ପରସମା ଆଦି ନଦୀ କୁଳିଆ ଗାଁ ଭିତରେ ପାଣି ପଶିବା ସମ୍ଭାବନା ର ଆଶଙ୍କା ରହିଛି l ଲାଲମେଣ୍ଟl ପଂଚାୟତ ବଡ଼କେଳାଝୁରି ଆଶ୍ରୟ ସ୍ଥଳ କୁ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି l ସମସ୍ତ ଜନସାଧାରଣ ଙ୍କୁ ସତର୍କ ରହିବାକୁ ଅନୁରୋଧ ଅନୁରୋଧ କରାଯାଇଛି l
