ସ୍ଵାସ୍ଥ ସେବାର ବିକଳ ଚିତ୍ର: ପମ୍ପଚର ମାରିବା ପାଇଁ ଟଙ୍କା ନଥିବାରୁ ୧୨ ଘଣ୍ଟାରୁ ଅଧିକ ପଡି ରହିଲା ୧୦୮ ଆମ୍ବୁଲାନ୍ସ
ସୋର,୨୫/୯(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)- ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସୋର ରେ ଦେଖିବାକୁ ମିଳିଛି।ସୋରରେ ଅଚଳ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ।ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସର ଚକ ପମ୍ପଚର୍ ହୋଇ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅଚଳ ହୋଇପଡ଼ିଛି। ଗାଡ଼ିଟି ଖରାପ ହୋଇ ପଡ଼ିରହିଥିଲେ ମଧ୍ୟ ଏହାର ମରାମତି କିମ୍ବା ରୋଗୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରା ଯାଇନାହିଁ। ଜରୁରୀକାଳୀନ ସେବାରେ ଏଭଳି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
