ପୋଖରୀରେ ବୁଡି ବୃଦ୍ଧ ମୃତ୍ୟ (ଫଟୋ)
ସୋର ୨୫/୯(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର)- ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ତୁଣ୍ଡପଡା ଗ୍ରାମର ଭାସ୍କର ଚନ୍ଦ୍ର ପ୍ରଧାନ(୯୦) ଆଜି ମଧ୍ୟାହ୍ନରେ ଶୌଚ ହେବାକୁ ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶେଷରେ ଘର ନିକଟରେ ଥିବା ପୋଖରୀରେ ତାଙ୍କୁ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ଏବଂ ଫାୟାର ଆମ୍ବୁଲାନ୍ସ କର୍ମଚାରୀ ଙ୍କ ସହଯୋଗରେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଏକ ମାମଲା ରୁଜୁ କାଟି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
